spot_img

Latest Posts

ଅଧିକ ଶିତରେ ମଦ ପିଇଲେ କ’ଣ ହେବ ?

ଭୁବନେଶ୍ୱର: ସାଧରଣ ଧାରଣା ହେଉଛି ମଦ ପିଇଲେ ଦେହ ଗରମ ହୁଏ। ତେଣୁ ମଦ ପିଇବା ପାଇଁ ବାହନା ଖୋଜୁଥିବା ବ୍ୟକ୍ତି ଶୀତ ଦିନେ ଅଧିକ ପିଅନ୍ତି। କିନ୍ତୁ ଏହା କ’ଣ ସତ? ବିଜ୍ଞାନ ଅନୁସାରେ ଅଧିକ ଥଣ୍ଡାରେ ମଦ ପିଇବା ଅର୍ଥ ବିପଦକୁ ଆମନ୍ତ୍ରଣ। ଅଧିକ ଥଣ୍ଡାରେ ମଦ ପିଇଲେ ଶୀତ କମିବନି ବଂର ଆଶଙ୍କା ଅଛି ଯେ,ଆପଣ ପରଲୋକ ଯାତ୍ରାରେ ଯାଇ ପାରନ୍ତି।
କାହିଁକି ଅଧିକ ଥଣ୍ଡାରେ ମଦ ପିଇବା ବିପଜ୍ଜନକ ହୋଇପାରେ ? ଆସନ୍ତୁ ଏହି କାରଣ ସବୁ ଉପରେ ନଜର ପକାଇବା ।
ଥଣ୍ଡାରେ ମଦ ପିଇବା ଭୁଲ ?
ଭୀଷଣ ଥଣ୍ଡାରେ ମଦ ପେଗ୍ ନେବା ପରେ ଆପଣଙ୍କୁ ଗରମ ଲାଗୁଥାଇ ପାରେ। କିନ୍ତୁ ସତ ହେଲା ଏହାଦ୍ୱାରା ଆପଣଙ୍କ ଶରୀରର ଆଭ୍ୟନ୍ତର ତାପମାତ୍ରା କମିଯାଏ ଓ ଆପଣ ଇମ୍ୟୁନିଟି ହରାଇ ବସନ୍ତି। ଚିକିତ୍ସା ବିଜ୍ଞାନରେ ହୋଇଥିବା ଗବେଷଣାରୁ ଜଣା ପଡ଼ିଛି ଯେ, ଅଧିକ ମଦ ପିଇବା ଦ୍ୱାରା ଆପଣଙ୍କ ଶରୀରର କୋର ଟେମ୍ପ୍ରେଚର କମିଯାଇଥାଏ। ଫଳରେ ହାଇପୋଥର୍ମିଆ ହେବାର ଆଶଙ୍କା ସୃଷ୍ଟି ହୁଏ। ତେବେ ହାଇପୋଥର୍ମିୟା କ’ଣ? ଶରୀରର ଆଭ୍ୟନ୍ତରଣ ତାପମାତ୍ରା ହରାଇବାକୁ ହାଇପୋଥାର୍ମିଆ କୁହାଯାଇଥାଏ । ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ହୋଇଥାଏ । କିନ୍ତୁ ମଦ ପିଇବା ଦ୍ୱାରା ଏହା ୩୫ ଡିଗ୍ରୀକୁ ହ୍ରାସ ପାଇଥାଏ । ଫଳରେ କଥା କହିବା କିମ୍ବା ଚାଲିବାରେ ଅସୁବିଧା ହେବା ସହିତ ତ୍ୱଚା ଥଣ୍ଡା ହୋଇଯାଏ । ଅଧିକ ଥଣ୍ଡାରେ ଅଧିକ ମଦ ପିଇବା ଦ୍ୱାରା ହାଇପୋଥର୍ମିଆର ଆଶଙ୍କା ଅଧିକ ହୋଇଥାଏ । ଏକ ଗବେଷଣା ଅନୁସାରେ ଥଣ୍ଡାରେ ମଦ ପିଇବା ଦ୍ୱାରା ହାଇପୋଥର୍ମିଆ କେସ୍ ୬୮ ପ୍ରତିଶତ ବଢିଥାଏ ।

କେମିତି ତାପମାତ୍ରା କମ କରିଥାଏ ମଦ ?
ମଦ ପିଇବା ଦ୍ୱାରା ଶରୀରରେ ରକ୍ତପ୍ରବାହ ବୃଦ୍ଧି ପାଇଥାଏ । ଫଳରେ କିଛି ସମୟ ପାଇଁ ଗରମ ଲାଗିଥାଏ କିନ୍ତୁ ପରେ ଝାଳ ବୋହିବାକୁ ଲାଗେ । ଫଳରେ ଆପଣଙ୍କ ଶରୀର ଥଣ୍ଡା ଓ ଗରମକୁ ବୁଝିବାରେ ବିଫଳ ହୁଏ । ଯାହା ହାଇପୋଥର୍ମିଆ ସ୍ଥିତି ସୃଷ୍ଟି କରେ । ତେବେ ସାମାନ୍ୟ କିମ୍ବା ସନ୍ତୁଳିତ ଭାବେ ମଦ୍ୟପାନ ଦ୍ୱାରା ଏମିତି ହେବାର ସମ୍ଭାବନା କମ ବୋଲି ବିଶେଷଜ୍ଞ କୁହନ୍ତି । ତେବେ ସବୁଠୁ ଭଲ ହେବ ଯଦି ଆପଣ ଅଧିକ ଥଣ୍ଡା ଅଂଚଳରେ ଅଛନ୍ତି ତେବେ ମଦକୁ ତୋବା ତୋବା କୁହନ୍ତୁ ।

Latest Posts

Don't Miss