ସୋସିଆଲ ମିଡିଆରେ ମଧ୍ୟବିତ୍ତ କିଏକୁ ନେଇ ଯୁଦ୍ଧ,ବାର୍ଷିକ 60 ଲକ୍ଷରୁ କମ ଆୟକାରୀ ଗରିବ ?
1 min readଆମ ସମାଜରେ ବିଭିନ୍ନ ବର୍ଗର ଲୋକେ ବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଧନୀ, ମଧ୍ୟବିତ୍ତ ଓ ଗରିବ ରହିଥାନ୍ତି । ତେବେ ଅଧିକାଂଶ ସମୟରେ ମଧ୍ୟବିତ୍ତମାନେ ବେଶି ପ୍ରଭାବିତ ହୋଇଥାନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ତେବେ ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ଯଦି ୬୦ ଲକ୍ଷରୁ କମ୍ ହୋଇଥାଏ ତେବେ ତାଙ୍କୁ ଗରିବ ବୋଲି ଗ୍ରହଣ କରାଯିବ । ଭାରତରେ ଇନକମର ଅସମାନତାକୁ ନେଇ ଜଣେ ଫିନଟେକ ବିଶେଷଜ୍ଞଙ୍କ ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସାଧାରଣ ବଜେଟରେ କେନ୍ଦ୍ର ସରକାର ଆଣିଥିବା ନୂଆ ଟ୍ୟାକ୍ସ ସ୍ଲାବକୁ ନେଇ ଏକ ପୋଷ୍ଟରେ ଏଭଳି କମେଣ୍ଟ ଦିଆଯାଇଥିଲା ।
ସେଥିରେ ଲେଖାଥିଲା, ’୧୨ ଲକ୍ଷ ଆୟ ଉପରେ ଟ୍ୟାକ୍ସ ରିହାତି ଘୋଷଣା ହେବା ପରେ କେବଳ ଆଇଟି ଲୋକମାନେ କାନ୍ଦୁଛନ୍ତି । ଅନେକ ଅଣ-ଆଇଟିଧାରୀ ୭-୧୦ ବର୍ଷ କାମ କରିବା ପରେ ୧୨ ଲକ୍ଷ ଟଙ୍କାର ପ୍ୟାକେଜ ସେମାନଙ୍କ ପାଇଁ ଏକ ଡ୍ରିମ୍ ଜବ ହୋଇଥାଏ । ଏହି ଆଇଟି ଲୋକମାନେ ବର୍ଷକୁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଥିବାରୁ ସେମାନେ ନିଜକୁ ’ନିମ୍ନ ମଧ୍ୟବିତ୍ତ ଶ୍ରେଣୀ’ ବୋଲି କହିବାର ନିବୃତ୍ତ ରହିବା ଉଚିତ । ସେମାନେ ଭାରତରେ ବେତନକୁ ନେଉ କେଉଁ ସ୍ଥାନରେ ରହିଛନ୍ତି, ତାହା ସେମାନେ ଭୁଲି ଯାଉଛନ୍ତି । ୨୪ ଲକ୍ଷ ଟଙ୍କାରେ ଚାକିରି କରୁଥିଲେ ବି ସେମାନେ ନିଜେ ଗରିବର ଅଭିନୟ କରିନଥାନ୍ତି କି? ଏଭଳି ନନସେନ୍ସ ଚିନ୍ତାଧାରା ସେମାନେ ବନ୍ଦ କରିବା ଉଚିତ ।’
ଯଦି ଆପଣ ବର୍ଷକୁ ୬୦ ଲକ୍ଷ ଇନକମ କରୁଛନ୍ତି, ତେବେ ମେଟ୍ରୋ ସିଟିରେ ନିଜର ଫ୍ଲାଟ କିଣିବା ପାଇଁ ଆପଣଙ୍କୁ ଅତିକମରେ ୫-୬ ବର୍ଷ ଲାଗିବ ବୋଲି ସେ କହିଛନ୍ତି । ଯିଏ ବି ବର୍ଷକୁ ୬୦ ଲକ୍ଷରୁ କମ୍ ଆୟ କରୁଛନ୍ତି ସେ ଗରିବ । ଆପଣମାନେ ୭୦ ପ୍ରତିଶତ ଇନକମକୁ ଜିଏସଟି, ଇନକମ ଟ୍ୟାକ୍ସ ଓ ଭ୍ୟାଟ ଆକାରରେ ଦେଇଥାନ୍ତି । ମାସିକ ୨ ଲକ୍ଷରୁ ଇନକମ କରୁଥିବା ଲୋକଙ୍କୁ ମଧ୍ୟବିତ୍ତ କୁହାଯିବ । ବାର୍ଷିକ ୬୦ ଲକ୍ଷରୁ ୧ କୋଟି ଆୟଧାରୀଙ୍କୁ ମଧ୍ୟବିତ୍ତ କୁହାଯିବ । ୧ କୋଟିରୁ ଅଧିକ ହେଲେ ଉଚ୍ଚ ମଧ୍ୟବିତ୍ତ କୁହାଯିବ । ଜେନେରେସନ ଓ୍ବେଲଥ ନଥିଲେ ଆପଣଙ୍କୁ ଧନୀ କୁହାଯିବ ନାହିଁ ବୋଲି ସେ କହିଛନ୍ତି ।
ତେବେ ୬୦ ଲକ୍ଷରୁ ୧ କୋଟି ଆୟକାରୀଙ୍କୁ ଯଦି ମଧ୍ୟବିତ୍ତ କୁହାଯିବ, ତେବେ ୧୨ ଲକ୍ଷ ଆୟକାରୀଙ୍କୁ କ’ଣ କୁହାଯିବ, ଦାରିଦ୍ର୍ୟ ସୀମା ରେଖା ତଳେ ?… ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି । ବାର୍ଷିକ ୪ ଲକ୍ଷ ଆୟକାରୀଙ୍କୁ ନିମ୍ନ ଆୟ ଗ୍ରୁପରେ ରଖାଯିବ, ୪-୮ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ, ୮-୧୨ ମଧ୍ୟବିତ୍ତ ଶ୍ରେଣୀ, ୧୨-୧୫ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ, ୧୫-୨୦ ଉଚ୍ଚ ଶ୍ରେଣୀ ବୋଲି ଆଉ ଜଣେ ଲେଖିଛନ୍ତି । ମୁମ୍ବାଇ, ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ରହିବା ପାଇଁ ସର୍ବନିମ୍ନ ୫୦ ଲକ୍ଷ ଆବଶ୍ୟକ ବୋଲି ଆଉ ଜଣେ କହିଛନ୍ତି । ବାର୍ଷିକ ୬୦ ଲକ୍ଷ ଆପଣଙ୍କୁ ନିମ୍ନ ମଧ୍ୟବିତ୍ତ ଶ୍ରେଣୀରେ ରଖିବ । ୧୦୦ କୋଟି ନେଟ ଓ୍ବର୍ଥ ଥିଲେ ଜଣଙ୍କୁ ଧନୀ କୁହାଯିବ ବୋଲି ଆଉ ଜଣେ ଲେଖିଛନ୍ତି ।