ନାମିବିଆରୁ ଆସିଥିବା ଚିତା ନାହିଁ ଗର୍ଭବତୀ, ଖବରକୁ ଖଣ୍ଡନ କଲେ କର୍ମଚାରୀ

ଭୋପାଳ: ଗର୍ଭବତୀ ନାହିଁ ଆଶା । ନାମିବିଆରୁ ଆସି ମଧ୍ୟପ୍ରଦେଶର କୁନୋ ଜଙ୍ଗଲରେ ଥିବା ଚିତା ଆଶା ଗର୍ଭବତୀ ବୋଲି ଖବରକୁ ଖଣ୍ଡନ କରିଛନ୍ତି ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ । କେହି ଜଣେ ମିଛ ଖବର ଭାଇରାଲ କରିଥିବା ସେ କହିଛନ୍ତି । ଆଶା ଏବେ ସାଢେ ତିନି ବର୍ଷର । ତା ଦେହରେ ଗର୍ଭବତୀ ହେବାର କୌଣସି ଲକ୍ଷ୍ୟଣ ନାହିଁ ।
ଆଶା ଉପରେ ସ୍ବତନ୍ତ୍ର ନଜର ରହିଛି ।

ତାର ସ୍ବାସ୍ଥ୍ୟ ଉପରେ ପ୍ରଶିକ୍ଷଣ ନେଇଥିବା କର୍ମଚାରୀ ନଜର ରଖୁଛନ୍ତି । ଆଶା ବିନା ବାଧାରେ ଯେମିତି ଚଳପ୍ରଚଳ କରିପାରିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଯାଉଛି । ଗତ ସେପ୍ଟେମ୍ବର ୧୭ରେ ନାମିବିଆରୁ ମଧ୍ୟପ୍ରଦେଶର କୁନୋକୁ ୮ଟି ଚିତା ଅଣାଯାଇଥିଲା । ମିଳନର ୫୫ ଦିନରେ ଭିତରେ ବାଘ ଗର୍ଭବତୀ ଅଛି ନାଁ ନାହିଁ ଜଣାପଡେ । ଚିତା ଭାରତ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘର ନାଁ ଆଶା ନାମକରଣ କରିଥିଲେ ।