ସିରିଏଲ କିଲରରୁ ଠକ, ଏହି ସବୁ ଟିଭି ଧାରାବାହିକରେ ଦେଖିବାକୁ ମିଳିଥିଲା ଇରଫାନଙ୍କ ଅଭିନୟର ଯାଦୁ
କରୋନା ଭିତରେ ଆଉ ଗୋଟିଏ ହୃଦୟ ବିଦାରକ ଖବର ଆସିଛି । ବଲିଉଡର ଗ୍ଲୋବାଲ ଅଭିନେତା ଇରଫାନ୍ ଖାନ ଦୁନିଆକୁ କହିଛନ୍ତି ଅଲବିଦା । ନିଜ ଅଭିନୟର ଯାଦୁ ଦ୍ୱାରା ପୁରା ଦେଶକୁ ଗତ ତିନି ଦଶନ୍ଧୀ ଧରି ମୋହାଛନ୍ନ କରିଥିଲେ ।
ତାଙ୍କ ଅଭିନୟ କ୍ୟାରିୟରରେ ସେ ଫିଲ୍ମ ସହିତ କିଛି ଟେଲିଭିଜନ ସିରିଆଲ ମଧ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା ଇରଫାନଙ୍କ ଅଭିନିତ ଟିଭି ଶୋ’ ବିଷୟରେ ଯେଉଁଥିରେ କାମ କରି ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ଚନ୍ଦ୍ରକାନ୍ତା:
ସିରିଆଲ ଚନ୍ଦ୍ରକାନ୍ତା ମାଧ୍ୟମରେ ଇରଫାନ ନିଜ ଲୁକକୁ ନେଇ ଦର୍ଶକଙ୍କୁ ଚକିତ କରିଦେଇଥିଲେ । ସୂଚନା ମିଳେକି ସେ ଏହି ସିରିଆଲକୁ କରିବାକୁ ଚାହୁଁନଥିଲେ । ତାଙ୍କ ସାଙ୍ଗ ଏବଂ ଶୋ’ ର ଅଂଶ ଥିବା ଶାହବାଜ ଖାନ ତାଙ୍କୁ ଏହି ଶୋ’ରେ କାମ କରିବାକୁ ରାଜି କରାଇଥିଲା ।
ଚାଣକ୍ୟ:
୧୯୯୧ ମସିହାରେ ରିଲିଜ ହୋଇଥିବା ଟିଭି ଧାରାବାହିକ ଚାଣକ୍ୟରେ ଇରଫାନ ଖାନ ନଜର ଆସିଥିଲେ ।
ସ୍ପର୍ଶ:
ଏକ ଦମ୍ପତ୍ତିଙ୍କ କାହାଣୀକୁ ନେଇ ଗଢ଼ି ଉଠିଥିବା ଏହି ଶୋ’ର ରେ ଇରଫାନ ଖାନ ସ୍ୱାମୀର ଭୂମିକା କରିଥିଲେ । ଏହି ଶୋ’ ରେ ଇରଫାନ ଖାନଙ୍କ ସହିତ ମୃଣାଳ କୁଲକର୍ଣ୍ଣି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
ଡର:
ଇରଫାନ ସାଇକୋଲଜିକାଲ ଥ୍ରିଲର ଟିଭି ସିରିଆଲ ‘ଡର’ ରେ ମଧ୍ୟ କାମ କରିଛନ୍ତି । ଏହି ସିରିଆଲର କାହାଣୀ ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ଲେଖିଥିଲେ । ଏହି ଟିଭି ଶୋ’ ରେ ଇରଫାନ ସାଇକୋ ସିରିୟଲ କିଲରର ଭୂମିକାରେ ନଜର ଆସିଥିଲେ।
ଭାରତ ଏକ ଖୋଜ:
ଇରଫାନ ଶ୍ୟାମ ବେନେଗଲଙ୍କ ପ୍ରସିଦ୍ଧ ସିରିଆଲ ‘ଭାରତ ଏକ ଖୋଜ’ ର ଏକ ଏପିସୋଡରେ କାମ କରିଥିଲେ । ଏହି ଶୋ’ରେ ଇରଫାନ ଅକବରଙ୍କ ସମୟର ପ୍ରସିଦ୍ଧ ଇତିହାସକାର ଅବଦୁଲ କାଦିର ବଦୈନୀଙ୍କ ଚରିତ୍ରକୁ ଅଭିନୟ କରିଥିଲେ ।
ଇରଫାନ ଏହା ବ୍ୟତୀତ ଟିଭି ଧାରାବାହିକ ‘ମୋହବତ’, ‘ବନେଗୀ ଅପନୀ ବାତ’ ଏବଂ ‘ମାନୋ ୟା ନା ମାନୋ’ ରେ ମଧ୍ୟ କାମ କରିଛନ୍ତି । ସେ ଟିଭି ଶୋ’ ‘ଭଂୱର’ ରେ ମଧ୍ୟ କାମ କରିଥିଲେ । ଏହା ପରେ ସେ ଟିଭି ଧାରାବାହିକ ଛାଡ଼ି ଚଳଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।