ଆପୋଲୋ ହସପିଟାଲ ବିରୋଧରେ ଅଭିଯୋଗ, ମୃତ୍ୟୁ ପରେ ବି ଟଙ୍କା ପାଇଁ କରୁଛନ୍ତି ଚିକିତ୍ସା

ଆପୋଲୋ ହସ୍ପିଟାଲ ବିରୋଧରେ ପୁଣି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚିକିତ୍ସାରେ ଅବହେଳା ଯୋଗୁଁ ୧୩ ବର୍ଷର ଝିଅର ମୃତ୍ୟୁ ହୋଇଛି। ଭେଣ୍ଟିଲେଟରେ ଥିବା ଝିଅକୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି  ଝିଅର ମା’ । ଅନ୍ୟପକ୍ଷରେ ଆପୋଲ ହସପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୋକ୍ତି ଏହା ଯେ, ଝିଅଟିର ମୃତ୍ୟୁ ହୋଇନାହିଁ, ବରଂ ଭେଣ୍ଟିଲେଟରରେ ତା’ର ଚିକିତ୍ସା ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ, ଝିଅ ପ୍ରାଚୀର ଚିକିତ୍ସା ପାଇଁ  କଟକର  ସୁନିତା ସାହୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ଆଣିଥିଲେ କଟକର ସୁନିତା ସାହୁ । ଝିଅର ମସ୍ତିଷ୍କରେ ଟ୍ୟୁମର ବଢୁଥିଲା । ଡାକ୍ତର ଅସ୍ତ୍ରୋପଚାର କଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଏବେ ଭେଣ୍ଟିଲେଟରରେ ପ୍ରାଚୀ । ହେଲେ ପରିବାର ଲୋକଙ୍କ ଅଭିଯୋଗ ତାଙ୍କ ଝିଅ ମରିଯାଇଛି । ତାଙ୍କ ବିନା ଅନୁମତିରେ ଅସ୍ତ୍ରୋପଚାର କରି ମରିଯିବା ପରେ ଭେଣ୍ଟିଲେଟରରେ ରଖି ଜୀବିତ ଦର୍ଶାଉଛନ୍ତି କର୍ତ୍ତୃପକ୍ଷ ।

ଗତ ୧୭ ତାରିରେ ଆପୋଲୋ ହସ୍ପିଟାଲରେ ପ୍ରାଚୀଙ୍କୁ ଭର୍ତ୍ତି କରିଥିଲେ ପରିବାର ଲୋକେ । ପ୍ରଥମେ ଏକକାଳୀନ ଏକଲକ୍ଷ ଟଙ୍କା ଦେଇଥିଲେ ପ୍ରାଚୀଙ୍କ ବାପା । ପୁଣି ଥରେ ଗତ ୨୬ ତାରିଖରେ ୩ ଲକ୍ଷ ୬୫ ହଜାର ଟଙ୍କା ବିଲ ହୋଇଥିଲା । ଏବେ ତାଙ୍କ ଝିଅ ଭେଣ୍ଟିଲେଟରେ ଥିବାବେଳେ ଟଙ୍କା ପୈଠ ପାଇଁ କୁହାଯାଉଥିବା ପ୍ରାଚୀଙ୍କ ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ଚିକିତ୍ସା କରିଥିବା ଡାକ୍ତର କହୁଛନ୍ତି ଯେ,  ପ୍ରାଚୀଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କର ମୃତ୍ୟୁ ହୋଇନାହିଁ ।

ଘଟଣାକୁ ନେଇ ହସପିଟାଲରେ ଉତ୍ତେଜନା ଦେଖାଦେବାପରେ ମାନବାଧିକାର କର୍ମୀ ବି ପହଞ୍ଚିଛନ୍ତି ।  ବହୁ ସମୟ ଧରି ଉତ୍ତେଜନା ପରେ ଡିସଚାର୍ଜ ଏଗେନଷ୍ଟ ମେଡିକାଲ ଆଡଭାଇସ ବ୍ୟବସ୍ଥାରେ ପ୍ରାଚୀଙ୍କୁ ଭେଣ୍ଟିଲେଟର ଭିତରେ ରଖି ଡିସଚାର୍ଜ କରାଯାଇଛି । ସେପଟେ ଏଭଳି ପରିସ୍ଥିତର ତଦନ୍ତ କରିବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ ।

Leave a Reply