ଶ୍ରୀମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ, ଖୋଲାଯିବ ଲୁହାଭାର
ପୁରୀ: ଗତ ୨୦୧୯ ମସିହା ଫନି ବାତ୍ୟାରେ ଲୁହା ଭାରା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା ଶ୍ରୀମନ୍ଦିରର । ସେହି ଆଧାରରେ ବିମଳା ମନ୍ଦିର ଓ କିଛି ପାର୍ଶ୍ୱ ମନ୍ଦିରରୁ ଲୁହା ଭାରା ଖୋଲିବାକୁ ନିଷ୍ପତି ହୋଇଛି । ଝଡ଼ ବତାସ ସମୟରେ ଯଦି ପ୍ରତିକୂଳ ପରିସ୍ଥିତି ଆସିବ ସେବାୟତ ମାନେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।
ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ମହାପ୍ରଭୁଙ୍କ ନୀତି ସେହି ଜାଗାରେ ସ୍ଥଗିତ ରଖାଯିବ । ପରବର୍ତୀ ସମୟରେ ନୀତିରେ ସୁଧାର ଆସିଲେ ନୀତିକୁ ଶୃଙ୍ଖଳିତ ରଖାଯିବ । ସିଂହଦ୍ୱାର ସମ୍ମୁଖରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ଆଜିର ନୀତିକାନ୍ତି ଶୃଙ୍ଖଳିତ ଅଛି । ସମୁଦ୍ର କୂଳରେ ଦିଗବାରେଣୀ ଖୁଣ୍ଟି ଠାରୁ ଲାଇଟ ହାଉସ ବେଳା ଭୂମି ପର୍ଯ୍ୟନ୍ତ ରେଡ ଫ୍ଲାଗ ଲଗାଇ ଦିଆଯାଇଛି ।
ସମୁଦ୍ର କୂଳକୁ ସାଧାରଣ ଲୋକଙ୍କ ଅନୁମତି ନଥିବାବେଳେ ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି । ପୂର୍ବରୁ ଜାତୀୟ ପାଣିପାଗ ବିଭାଗରକ ସୂଚନା ମୁତାବକ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଛି । ବିଶେଷକରି କୋଣାର୍କ, ବ୍ରହ୍ମଗିରି, ଗୋପ, ନିମାପଡ଼ା, ସତ୍ୟବାଦୀ, ଅସ୍ତରଙ୍ଗ ଓ ପୁରୀରେ ପ୍ରଶାସନ ସଜାଗ ହୋଇ ରହିଛି ।