ସମୁଦ୍ର ନିକଟରେ ବିରାଟକାୟ ଅଜଣା ଲୁହାବସ୍ତୁ ଠାବ

1 min read

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ବିରାଟକାୟ ଅଜଣା ଲୁହା ବସ୍ତୁ । ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ  ଦେଖିବାକୁ ମିଳିଛି । ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆର ଉପକୂଳ ଆଡକୁ ମାଡି ଆସିଥିଲା । ଜୁଆରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଦେଖିଥିଲେ । ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା । ଯେଉଁଥିରେ B.I.W.T.A ବୋଲି ଲେଖାଯାଇଛି । ତେବେ କିଛି ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉଥିବା ବୟାଁ କହିଛନ୍ତି । ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଯାଇ ଦୀଘା ସମୁଦ୍ରକୂଳ ନିକଟରେ ପହଞ୍ଚିଛି । ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡିଛି ।