୮ବର୍ଷ ପରେ ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ମିଳିଲା ନ୍ୟାୟ, ଦୋଷୀଙ୍କୁ ଆଜୀବନ

ନନ୍ଦିଘୋଷ ବ୍ୟୁରୋ: ୮ବର୍ଷର ଲଢେଇ ପରେ ବିଦେଶୀ ମହିଳାଙ୍କୁ ମିଳିଲା ନ୍ୟାୟ । ଗୋଆ ଅଦାଲତ ଆର୍ୟଲ୍ୟାଣ୍ଡ ବାସିନ୍ଦା ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଫଇସଲା ଗୋଆର ମଡଗାଓଁ  ପ୍ରଧାନ ଜିଲ୍ଲା ଏବଂ ସତ୍ର ନ୍ୟାୟାଳୟ ଶୁଣାଣି କରିଛନ୍ତି । ଏହି ଘଟଣା ୨୦୧୭ର ଅଟେ । ସେହି ସମୟରେ କୈନାକୋନାରେ ଆର୍ୟଲ୍ୟାଣ୍ଡ ପର୍ଯ୍ୟଟକ ଡାନିଏଲ ମ୍ୟାକଲୋକ୍ଲିନଙ୍କୁ ହତ୍ୟା କରାଯାଇଥିଲା  । ଏହି ଘଟଣାରେ ବିକେଟ ଭଗତ ନାମକ ବ୍ୟକ୍ତିଙ୍କୁ  ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି । ଦୋଷୀ ଜଣକ ପୀଡିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

୨୦୧୭ ଫେବୃୟାରୀ ଆସିଥିଲେ ଗୋଆ

ସୂଚନା ଅନୁଯାୟୀ ଡାନିଏଲ ଆର୍ୟଲ୍ୟାଣ୍ଡର ବାସିନ୍ଦା ଅଟନ୍ତି । ପ୍ରକୃତରେ ସେ ବ୍ରିଟେନ ଏବଂ ଆର୍ୟଲ୍ୟାଣ୍ଡର ନାଗରିକତା ଗ୍ରହଣ କରିଛନ୍ତି । ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ବ୍ରିଟେନ ପାସପୋର୍ଟରେ ୨୦୧୭ ଫେବୃୟାରୀ ମାସରେ ଗୋଆ ବୁଲିବାକୁ ଆସିଥିଲେ । ୧୩ମାର୍ଚ୍ଚ ସନ୍ଧ୍ୟାରେ ପାଲୋଲିମ ବେଳାଭୂମି ପାଖ ଗାଆଁରେ ହେଉଥିବା ଏକ ହୋଲି ପାର୍ଟୀରେ ଯୋଗ ଦେବାକୁ ଯାଇଥିଲେ । ପାର୍ଟରେ ବିଳମ୍ବ ହେଇଯିବାରୁ ସେ ବିଳମ୍ବିତ ରାତିରେ ହୋଟେଲକୁ ଏକା ଫେରୁଥିଲେ । କିନ୍ତୁ ହୋଟେଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା ।

ପଥରରେ ମୁହଁକୁ ନଷ୍ଟ କରାଯାଇଥିଲା

ଘଟଣାର ପରଦିନ ଅର୍ଥାତ ୧୪ ମାର୍ଚ୍ଚରେ ଡାନିଏଲଙ୍କ ମୃତଦେହ କାନାକୋନାର ଦେବବାଗ ବେଳାଭୂମି ନିକଟସ୍ଥ ଏକ ଖାଲି ସ୍ଥାନରେ ପଡିଥିଲା । ମୃତଦେହ ଉପରେ କୌଣସି କପଡା ନଥିବା ବେଳେ ମୁଣ୍ଡ ଏବଂ ମୁହଁକୁ ପଥର ଦ୍ବାରା ନଷ୍ଟ କରାଯାଇଥିଲା । ଯେତେବେଳେ ଡାନିଏଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ସେତେବେଳେ ତାଙ୍କୁ ଦୁଷ୍ମର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ତାଙ୍କର ମୃତ୍ୟୁ ଗଳା ଚିପିବା ପରେ ବ୍ରେନ ହାମରେଜରେ ହେଇଥିଲା ।

ହତ୍ୟାକାରୀର ରେକର୍ଡ

ଡାନିଲଏଙ୍କ ମୃତ୍ୟୁର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା କି ଭାରତ ଆସିବା ପରେ ଡାନିଏଲଙ୍କ ବିକଟ ଭଗତ ସହ ବନ୍ଧୁତା ହୋଇଥିଲା । ଗୋଆର ବହୁ ସ୍ଥାନରେ ଦୁହିଁଙ୍କୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅନୁଯାୟୀ ଭଗତ ଜଣେ ହିଷ୍ଟ୍ରୀସିଟର ଥିଲା । କିନ୍ତୁ ଡେନିଆଲ ଏହା ଜାଣନଥିଲେ ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଗଲା । ପରେ  ଦୋଷୀ ଭଗତ ସତ ମାନିଥିଲା । ଶୁନଶାନ ଜାଗା ଦେ୍‌ଖି ପ୍ରଥମେ ସେ ଡାନିଏଲଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଧରାପଡିଯିବା ଭୟରେ ତାଙ୍କଚ ହତ୍ୟା କରିଥିଲା ।