ଆଫଗାନିସ୍ତାନ ବିଜୟରେ ନାଚିଲେ ଇରଫାନ ପଠାନ, ରସିଦ ଖାନ କହିଲେ..

1 min read

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ସହ ଇଂଲଣ୍ଡର ଚାମ୍ପିୟନ୍ସ ଟ୍ରଫି ସେମି ଆଶାକୁ ଧୂଳିସାତ କରିଥିବାବେଳେ ନିଜର ସେମି ଆଶା ଉଜ୍ଜିବିତ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଇରଫାନ ପଠାନ ନାଚି ନାଚି ଖୁସି ମନାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଫଗାନିସ୍ତାନକୁ ଶୁଭେଚ୍ଛା ଦେଇଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ପୋଷ୍ଟରେ ରିପ୍ଲେ ଦେଇଛନ୍ତି ରସିଦ ଖାନ । ସେ ଲେଖିଛନ୍ତି କି, ଭାଇଜାନ ଆପଣ ଏକା କେମିତି ନାଚିଲେ, ମୋତେ ଆପଣଙ୍କ ସହ ସାମିଲ କଲେନି । ଆପଣ ମୋ ବିନା ଏକା କେମିତି ନାଚିଲେ । ଏମିତି ଆପତ୍ତି କରିଥିବା ଦେଖିବାକୁ ମିଳିଛି ।

https://www.instagram.com/reel/DGjDs_2uX-n/?utm_source=ig_embed&ig_rid=52f04566-86a4-4125-8138-738d5c4e1bb6

କହି ରଖୁଛୁ କି, ୨୦୨୩ ଟି-୨୦ ବିଶ୍ବକପ ସୟମରେ ପାକିସ୍ତାନକୁ ପରାସ୍ତ କରିଥିଲା ଆଫଗାନିସ୍ତାନ । ଏହି ସମୟରେ କମେଟ୍ରି କରୁଥିବା ଇରଫାନ ପଠାନ ମଇଦାନକୁ ଆସି ରସିଦ ଏବଂ ତାଙ୍କ ଟିମର ସଦସ୍ୟଙ୍କ ସହ ନାଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେ ସମୟରେ ବେଶ ଭାଇରାଲ ହୋଇଥିଲା । ଏପରିକି ପାକିସ୍ତାନରେ ଇରଫାନଙ୍କୁ ବହୁ ସମାଲୋଚନା ମଧ୍ୟ କରାଯାଇଥିଲା । ଆଉ ଏବେ ଇରଫାନ ପଠାନ ଆଫଗାନିସ୍ତାନର ବିଜୟ ପରେ ସେ ଏକା ନାଚିଥିବାବେଳେ ମଜାଳିଆ ଢ଼ଙ୍ଗରେ ଏମିତି କମେଣ୍ଟ କରିଛନ୍ତି ରସିଦ ଖାନ ।