ଭିଡିଓ କଲ୍ରେ ମା’ଙ୍କୁ ଶେଷ ଦର୍ଶନ କଲେ ଅଭିନେତା ଇର୍ଫାନ୍ ଖାନ୍
ମୁମ୍ବାଇ: ବଲିଉଡ୍ ଜଗତର ଅଭିଜ୍ଞ ଓ ଲୋକପ୍ରିୟ କଳାକାର ଇରଫାନ୍ ଖାନ୍ ଦୀର୍ଘ ଦିନ ଧରି ସେ ଅସୁସ୍ଥତା ମଧ୍ୟରେ ଗତି କରୁଛନ୍ତି । ଦେଶ ବାହାରେ ରହି ସେ ନିଜର ଚିକିତ୍ସା କରାଉଛନ୍ତି । ଏହି କାରଣରୁ ତାଙ୍କର ନୂଆ ଫିଲ୍ମ ଅଂରେଜୀ ମିଡିୟମ୍ର ପ୍ରମୋସନ ପାଇଁ ମଧ୍ୟ ଭାରତ ଆସିପାରି ନଥିଲେ ।
ହେଲେ ତାଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖର କଥା ଥିଲା, ଅସୁସ୍ଥତା କାରଣରୁ ଶେଷ ଥର ପାଇଁ ନିଜ ମା’ଙ୍କୁ ମଧ୍ୟ ଦେଖିପାରି ନାହାନ୍ତି । କରୋନା କାରଣରୁ ସାରା ବିଶ୍ୱ ଏବେ ଲକ୍ଡାଉନ୍ରେ ଚାଲିଛି । ଏହି ଲକ୍ଡାଉନ୍ କାରଣରୁ ଇରଫାନ୍ ମଧ୍ୟ ଅନ୍ୟ ଦେଶରେ ଫସି ରହିଛନ୍ତି । ତେଣୁ ସେ ଶନିବାର ମା’ଙ୍କର ଶେଷ କୃତ୍ୟରେ ମଧ୍ୟ ପହଞ୍ଚି ପାରିନଥିଲେ । ଅନ୍ୟ ଦେଶରେ ରହି ଇରଫାନ୍ ନିଜ ମା’ଙ୍କୁ ଭିଡିଓ କଲ୍ ମାଧ୍ୟମରେ ଶେଷ ବିଦାୟ ଜଣାଇଛନ୍ତି । ଏହା ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନିଜ ମା’ଙ୍କ ଅନ୍ତିମ ଯାତ୍ରାକୁ ଦେଖିଛନ୍ତି ।