କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ଯାଦୁଗର ଥିଲେ ଇରଫାନ୍‌

ମୁମ୍ବାଇ: ବଲିଉଡ ଷ୍ଟାର ଇରଫାନଙ୍କୁ ଏ ଦିନୁଆରୁ ବିଦାୟ ନେବାର ପ୍ରାୟ ୨ ବର୍ଷ ବିତିଗଲାଣି ।  ବର୍ଷ ୨୦୨୦ ଆଜିର ଦିନରେ ସେ ଚିରଦିନ ପାଇଁ ବିଦାୟ ନେଇଥିଲେ ।  ଦୁନିଆକୁ ବିଦାୟ କହିଥିବା ଇରଫାନ ନିଜ ଦମଦାର ଅଭିନୟ ମାଧ୍ୟମରେ ନା କେବଳ ଭାରତ ବରଂ ଭାରତ ବାହାରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଯାହା କହୁଥିଲେ ସିଧା ସିଧା । ବୁଲେଇ ବଙ୍କେଇ କହିବା ତାଙ୍କୁ ପସନ୍ଦ ନଥିଲା । ଆଜି ମଧ୍ୟ ଶାହାରୁଖ ଖାନଙ୍କୁ ମଞ୍ଚ ଉପରେ ଦେଇଥିବା ଜବାବ ଖୁବ୍‌ ଭାଇରାଲ ହୁଏ । ତାଙ୍କ ସାମ୍ନାରେ କେହି ଗର୍ବ ଦେଖାଇଲେ ସେ ଭଦ୍ର ଅପମାନ ଦେଇ କଥାକୁ ସେହିଠାରେ ହିଁ ରଫାଦଫା କରୁଥିଲେ । ସେଥିପାଇଁ ତାଙ୍କର ଏହି ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶକ ବେଶ୍‌ ପସନ୍ଦ କରୁଥିଲେ ।

ଅଭିନେତା ନସିରୁଦ୍ଦିନଙ୍କ କହିବା ଅନୁସାରେ,  ସଫଳତାର ଶୀଖରକୁ ଛୁଇଁବା ପରେ ମଧ୍ୟ ସେ ଇରଫାନଙ୍କୁ ଇର୍ଷା କରୁଥିଲେ । ତେବେ ଏହାକୁ ସେ ନିଜେ ସ୍ୱୀକାର କରନ୍ତି । ଏଥିପାଇଁ କେବେ ମଧ୍ୟ ତାଙ୍କ ମୁଣ୍ଡ ନଇଁ ଯାଏନି ବୋଲି ସେ କୁହନ୍ତି ।

ମଲ୍ଟି ଟ୍ୟାଲେଣ୍ଟେଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଇରଫାନଙ୍କୁ ନେଇ ନିଜର ରାୟ ରଖିଥିଲେ । ତାଙ୍କ କହିବା ଥିଲା ଇରଫାନଙ୍କ ଅଭିନୟ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ।  ଇରଫାନ୍‌ ଅନେକଙ୍କ ପାଇଁ ପ୍ରେରଣା ଥିଲେ ବୋଲି ସେ କୁହନ୍ତି ।

ହଲିଉଡ ଅଭିନେତା ଟମ୍‌ ହ୍ୟାକ୍ସଙ୍କ କହିବା ଥିଲା ଇରଫାନ ଖୁବ୍‌ ଶାନ୍ତ ସ୍ୱଭାବର ଥିଲେ ।  ସେ ମଧ୍ୟ ନିଜେ ଇରଫାନଙ୍କ ଭଳି ହେବାକୁ ଚାହୁଁଥିଲେ ବୋଲି କୁହନ୍ତି ।  ଟମ୍‌ ସବୁବେଳେ ନିଜକୁ ସବୁଠାରୁ ଅଧିକ ଶାନ୍ତ ବୋଲି ଭାବନ୍ତି । କିନ୍ତୁ ଇରଫାନଙ୍କୁ ଦେଖିବା ପରେ ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା ।