ଶେଷରେ ଏମିତି ବିଦା ହେଲେ ଇର୍‌ଫାନ୍….‌

ବଲିଉଡ ଅଭିନେତା ଇର୍‌ଫାନ୍‌ ଖାନ୍‌ ଆଉ ଆମ ଗହଣରେ ନାହାଁନ୍ତି । ବୁଧବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।  ନମାଜ ପାଠ ପରେ ଇରଫାନ ଖାନଙ୍କ ମୃତଦେହକୁ କବର ଦିଆଯାଇଥିଲା । ମୁମ୍ବାଇ ସ୍ଥିତ ୟାରି ରୋଡ୍‌ ଭର୍ସୋଭା କବରସ୍ଥାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

Irfan

ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଙ୍କ ପରିବାର ଲୋକ ସେଠାରେ ଉପସ୍ଥିତ ଥିଲେ । କରୋନା ପାଇଁ ଅଧିକ ଭିଡ଼କୁ ଅନୁମତି ନାହିଁ । ତେଣୁ ବଲିଉଡର ଅଳ୍ପ କିଛି ଲୋକ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଥିଲେ । ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ବିଶାଲ ଭରଦ୍ୱାଜ, ତିଗମାନସୁ ଧୁଲିଆ ଏବଂ ରାଜପାଲ ଯାଦବ, କପିଲ ଶର୍ମା ଏବଂ ମିକା ସିଂହ ସେଠାରେ ଉପସ୍ଥିତ ଥିଲେ ।

ମାତ୍ର ୨୦ ଜଣ ହିଁ ଇରଫାନ୍‌ଙ୍କ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇପାରିବେ ବୋଲି ପୋଲିସ ଅନୁମତି ଦେଇଥିଲା । ୨୦ ଜଣରୁ ଅଧିକ ଗହଳି ନକରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା ।

ତଥାପି କିଛି ଲୋକ ନିଜକୁ ରୋକିପାରି ନଥିଲେ । ସ୍ୱତଃପୁତ ଭାବେ ଇର୍‌ଫାନ୍‌ଙ୍କ ଶେଷ ଦର୍ଶନ ପାଇଁ ଚାଲି ଆସିଥିଲେ । ପୋଲିସର ତତ୍ୱାବଧାନରେ ଅତି ସୀମିତ ଲୋକଙ୍କ ମଧ୍ୟରେ ଇର୍‌ଫାନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନେକ ଗଣମାଧ୍ୟମ ଟିମ୍‌ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ଗତ ଦୁଇ ବର୍ଷ ଧରି ବଲିଉଡ ତାରକା ଇର୍‌ଫାନ୍‌ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ଥିଲେ । ଏହାର ଚିକିତ୍ସା ପାଇଁ ସେ ୨୦୧୮ରେ ଲଣ୍ଡନ ମଧ୍ୟ ଯାଇଥିଲେ । ସେଠାରେ ପ୍ରାୟ ଏକ ବର୍ଷ ଧରି ଚିକିତ୍ସିତ ହୋଇଥିଲେ ।

ଗତବର୍ଷ, ସେପ୍ଟେମ୍ବରରେ ସେ ମୁମ୍ବାଇ ଫେରିଥିଲେ । ସେତେବଳେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ସେତେବେଳେ ସେ ତାଙ୍କର ଚେହେରା ସ୍କାର୍ଫରେ ଘୋଡ଼ାଇ ରଖିଥିଲେ ଏବଂ ଏକ ହ୍ଟିଲ୍‌ ଚେୟାରରେ ବସିଥିଲେ । ଦୁଇ ମାସ ପୂର୍ବରୁ ଅର୍ଥାତ୍‌ ହୋଲି ସମୟରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବା ଆରମ୍ଭ ହୋଇଥିଲା । ଗତ ୧୦ ଦିନ ପୂର୍ବେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୋଲକତାର କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Leave a Reply