କଣ ପାଇଁ ଇରଫାନଙ୍କ ବାପା କହୁଥିଲେ, ପଠାଣ ଘରେ ଜନ୍ମ ହୋଇଛି ବ୍ରାହ୍ମଣ ?

1 min read

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ ଖାନଙ୍କର ଆଜି ଦେହାନ୍ତ ହୋଇଛି । ଇରଫାନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ସେ ନିଜ ଅଭିନୟ ପାଇଁ ଚର୍ଚ୍ଚିତ । ଇରଫାନ୍ ଗତ କିଛି ବର୍ଷ ମଧ୍ୟରେ ସୁପରଷ୍ଟାରଡମ୍ ହାସଲ କରିବାରେ  ସଫଳ ହୋଇଛନ୍ତି। ପ୍ରତିଭାଶାଳୀ ଇରଫାନ୍ ଆଜି ଏହି ଦୁନିଆରୁ ବିଦାୟ ନେଇଛନ୍ତି ସତ । ହେଲେ ତାଙ୍କ ଅତୁଳନୀୟ ଚରିତ୍ର ସର୍ବଦା ଜୀବିତ ରହିବ । ଇଫାନ ନିଜ ଅଭିନୟ ଯୋଗୁଁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଅନେକ ଦମଦାର ଫିଲ୍ମ କରି ସେ ଦର୍ଶକଙ୍କ ଦିଲରେ ରାଜ କରିଆସିଥିଲେ । ଏବେ ସେ ଦର୍ଶକଙ୍କ ଗହଣରେ ନାହାନ୍ତି ସତ ହେଲେ ସେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବେ । ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ ଇରପାନ । ଖୁବ ସଂଘର୍ଷ କରିବା ପରେ ସେ ବଲିଉଡରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ । ଇରଫାନଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଥାନ୍ତି ।

ତେବେ ଆଚମ୍ବିତର କଥା ଏହା ଯେ, ଇରଫାନ ପଠାଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜଣେ ଶୁଦ୍ଧ ଶାକାହାରୀ ଥିଲେ । ଇରଫାନ ଖାନଙ୍କ ପୁରା ନାଁ ହେଉଛି ସାହବାଜାଦେ ଇରଫାନ ଅଲି ଖାନ । ସେ ଏକ ପଠାଣ  ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଜାଗିରଦାର ଖାନ ଥିଲା । ସେ ଟାୟାର ବ୍ୟବସାୟ କରୁଥିଲେ । ସେ କହିଥିଲେ ଯେ, ମୁସଲିମ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଇରଫାନ୍ ମାଂସ କିମ୍ବା ଅନ୍ୟାନ ଆମିଶ ଖାଦ୍ୟ ଖାଇ ନଥିଲେ । ଏବଂ ପିଲାଦିନରୁ ଇରଫାନ ଶାକାହାରୀ ଥିଲେ। ଏହି କାରଣରୁ ତାଙ୍କ ପିତା ଇରଫାନଙ୍କୁ ଥଟ୍ଟା କରି କହିଥଲେ ଯେ ପଠାଣ ପରିବାରରେ ଜଣେ ବ୍ରାହ୍ମଣ ଜନ୍ମ ହୋଇଛି ।

ଇରଫାନଙ୍କ ପିତା ତାଙ୍କୁ ଶିକାରରେ ମଧ୍ୟ ନେଇ ଯାଉଥିଲେ। ଜଙ୍ଗଲର ପରିବେଶ ତାଙ୍କୁ ଖୁବ ଭଲ ଲାଗୁଥିଲା । ହେଲେ ନିରୀହ ପଶୁମାନଙ୍କୁ ଶିକାର କରାଯିବା ଇରଫାନଙ୍କୁ କେବେ ପସନ୍ଦ ନଥିଲା । ଇରଫାନ୍ ସେହି ପଶୁମାନଙ୍କ ବିଷୟରେ ଅନେକ ଭାବୁଥିଲେ । ସେମାନେ ମରିବାପରେ ତାଙ୍କ ପରିବାର ସହିତ କ’ଣ ହେବ ବୋଲି ଭାବୁଥିଲେ? ଇରଫାନ ରାଇଫଲ୍ ଚଳାଇବା ମଧ୍ୟ ଜାଣିଥିଲେ ।  କିନ୍ତୁ କେବେ ନିଜେ ଶିକାର କରିନଥିଲେ ।

ସୂଚନାଯୋଗ୍ୟ ଯେ, ଇରଫାନଙ୍କର ଏନଏସଡିରେ ଆଡମିଶନ ହେବାର କିଛି ସମୟ ପରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ​​ତା’ ପରଠୁ  ଘରୁ ଟଙ୍କା ଆସିବା ବନ୍ଦ ହୋଇଯାଇଥିଲା। ସେ NSD ରୁ ଫେଲୋସିପ୍ ମାଧ୍ୟମରେ ନିଜ ପାଠପଢା ଶେଷ କରିଥିଲେ । ସେହି କଠିନ ଅବସ୍ଥାରେ, ଇରଫାନଙ୍କ ବନ୍ଧୁ ସୂତାପା ସିକନ୍ଦର ତାଙ୍କୁ ଅନେକ ସମର୍ଥନ କରିଥିଲେ । ୧୯୯୫ ମସିହା ଫେବୃଆରୀ ମାସ ୨୩ ତାରିଖରେ, ଉଭୟ ବିବାହ କରିଥିଲେ । ଇରଫାନ୍ ପିକୁ, ଲାଇଫ୍ ଅଫ୍ ପାଇ, ଦି ନେମେସେକ୍, ସ୍ଲମଡଗ୍ ମିଲିଅନାରି, ପାନ୍ ସିଂ ତୋମାର, ହାସିଲ , ଲାଇଫ୍ ଇନ ମେଟ୍ରୋ, ତଲୱାର୍, ମକବୁଲ୍, ୟେ ସାଲି ଜିନ୍ଦେଗୀ, ହାଇଦର ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ କାମ କରିଛନ୍ତି।

Leave a Reply