ଆଇଆରସିଟିସି-ସ୍ୱିଗି ମଧ୍ୟରେ ଚୁକ୍ତି; ଏହି ୪ ଷ୍ଟେସନରେ ହେବ ଫୁଡ୍ ଡେଲିଭରି

1 min read

ନୂଆଦିଲ୍ଲୀ: ଆଇଆରସିଟିସି ପକ୍ଷରୁ ସ୍ୱିଗି ସହ ବୁଝାମଣା ହୋଇଛି । ଯାହାଫଳରେ ଏଣିକି ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହେଉଥିବା ପ୍ରି-ଅର୍ଡର ଖାଦ୍ୟ ବିତରଣରେ ସ୍ୱିଗି ମଧ୍ୟ ସାମିଲ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱିଗି ୪ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ । ଏହାମଧ୍ୟରେ ରହିଛି ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ ।

ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସଫଳ ହେବା ପରେ ସେବାଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଉପଲବ୍ଧ କରାଯିବ। ‘ବୁଣ୍ଡଲ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍’ ମାଧ୍ୟମରେ ଇ-କ୍ୟାଟରିଂ ସେବା ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ବୋଲି କମ୍ପାନୀ ଗୁରୁବାର ସୂଚନା ଦେଇଛି । ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ସହଜରେ ସ୍ବିଗିରେ ଅର୍ଡର କରିପାରିବେ।

କିଛି ମାସ ପୂର୍ବରୁ IRCTC ବିଭିନ୍ନ ରେଳ ଷ୍ଟେସନରେ ପ୍ରି-ଅର୍ଡର ଖାଦ୍ୟ ଯୋଗାଣ ଏବଂ ବିତରଣ ପାଇଁ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ସହିତ ସହଭାଗୀତା କରିଥିଲା । ଗୁରୁବାର ଦିନ BSE ରେ ଇକ୍ୱିଟି ସେୟାର ପ୍ରତି  IRCTC ର ସେୟାର ୧.୦୪% ବୃଦ୍ଧି ହୋଇଛି।