ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଇରାକ ପ୍ରଧାନମନ୍ତ୍ରୀ, ବାସଭବନକୁ ଡ୍ରୋନ ଆଟାକ୍

ବାଗଦାଦ: ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାପା ଅଲ କାଦିମି । ବାଗଦାଦସ୍ଥିତ ତାଙ୍କ ପ୍ରାସାଦ ଉପରେ ଏକ ବିସ୍ଫୋରକ ସାମଗ୍ରୀ ପରିବାହୀ ଡ୍ରୋନ ମାଡ ହେବା ସତ୍ତ୍ବେ ସେ ବର୍ତ୍ତିଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଲାଗି ଏହି ଯୋଜନା ହୋଇଥିଲା ବୋଲି କହିଛି ସାମରିକ ବିଭାଗ । ତେବେ ଏହି ଘଟଣାରେ କାଦିମିଙ୍କ କିଛି ଅଙ୍ଗ ରକ୍ଷକ ଆହତ ହୋଇଛନ୍ତି ।

ଗତ ସାଧାରଣ ନିର୍ବାଚନ ପରେ ତାଙ୍କୁ ଟାର୍ଗେଟରେ ରଖାଯାଇଥିବା କୁହାଯାଇଛି । ସାଧାରଣ ନିର୍ବାଚନରେ ଅନିମିୟତତା କାରଣକୁ ନେଇ ଏହି ଆକ୍ରମଣ ଘଟିଥିବା କୁହାଯାଇଛି । ଏହି ଘଟଣା ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଗ୍ରୀନ ଜୋନ ଅଞ୍ଚଳରେ ଏହି ଆକ୍ରମଣ ଘଟିବା ଯୋଗୁ ଆତଙ୍କ ପ୍ରକାଶ ପାଇଛି । ପ୍ରାସାଦ ଉପରେ ଆକ୍ରମଣ ସତ୍ତ୍ବେ ପ୍ରଧାନମନ୍ତ୍ରୀ ଠିକ୍ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave a Reply