ବାହାଘର ଭୋଜିରେ ବଡ଼ ଅଘଟଣ , ୧୧୩ରୁ ଅଧିକ ଜୀବନ୍ତ ଦଗ୍ଧ
1 min read
ବାଗଦାଦ: ବାହାଘର ଉତ୍ସବରେ ଅଗ୍ନି ତାଣ୍ଡବ । ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ । ଇରାକ ସହରର ହାମ୍ଦାନିୟା ଘଟିଥିବା ଏହି ଭୟାନକ ଅଗ୍ନିକାଣ୍ଡ ସାରା ଦେଶରେ ଶୋକର ବାତାବରଣ ସୃଷ୍ଟି କରିଛି । ନିନେଭ ଡେପୁଟି ଗଭର୍ଣ୍ଣର ହାସନ ଅଲ ଅଲାକ କହିଛନ୍ତି- ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୧୩ ଲୋକଙ୍କ ମୃତ୍ୟୁ ଘଟିଛି । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି ।
ଗତକାଲି ନିନେଭ ଅନ୍ତର୍ଗତ ହାମଦାନିୟାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ତେବେ ଏକ ହଲରେ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବରେ ବାଣ ଫୁଟାଇବା କାରଣରୁ ସେଠାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେଠାରେ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଥିବାବେଳେ ସମସ୍ତ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଉତ୍ସବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି ।