spot_img

Latest Posts

ଟ୍ରମ୍ପଙ୍କ ଦାବିକୁ ଇରାନର ଖଣ୍ଡନ

ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ଦାବି କରୁଛନ୍ତି ଓ ଟ୍ରମ୍ପଙ୍କ ଦାବିକୁ କିନ୍ତୁ ଇରାନ ଖଣ୍ଡନ କରୁଛି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଟ୍ରମ୍ପ ଅନେକ କଥା କହି ସାରିଲେଣି କିନ୍ତୁ ଏହାର ସତ୍ୟତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି । ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି କରୁଛନ୍ତି । ସେ କହିଛନ୍ତି, ଇରାନ ତାର ୟୁରାନିୟମ ଆମକୁ ଦେବା ପାଇଁ ରାଜି ହୋଇଛି। ଆଲୋଚନା ଚାଲିଛି। ଜଲଦି ଡିଲ୍ ହେବ। ଯୁଦ୍ଧ ବିରତି ଆଉ ବଢ଼ାଇବା ଦରକାର ନାହିଁ । ଏହି ସପ୍ତାହ ଶେଷରେ ପୁଣି ଥରେ ଆଲୋଚନା ହେବ ଓ ଡିଲ୍ ହୋଇପାରେ ବୋଲି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଖୁବ ଶୀଘ୍ର ଆମେ ବିଜୟ ହାସଲ କରିବାକୁ ଯାଉଛୁ। ଇରାନର ଆଉ ନୌସେନା ନାହିଁ। ଆମେ ସେମାନଙ୍କର ୧୫୮ଟି ଜାହାଜ ବୁଡ଼ାଇ ଦେଇଛୁ । ଖୁବ ଶୀଘ୍ର ଡିଲ୍ ହେବ । ଯଦି ଆଲୋଚନା ସଫଳ ହୁଏ, ତେବେ ପାକିସ୍ତାନ ଆସିବେ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ କଥାକୁ ଖଣ୍ଡନ କରିଛି ଇରାନ। ଇରାନ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ଦିବାସ୍ଵପ୍ନ ଦେଖୁଛନ୍ତି। ସେପଟେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଅସ୍ତ୍ରବିରତି। ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ହୋଇଥିବାର ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଛନ୍ତି, ଏହା ହେଉଛି ଐତିହାସିକ। ୱାଶିଂଟନରେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ହୋଇଥିଲା ବୈଠକ। ୩୪ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଇସ୍ରାଏଲ-ଲେବାନନ ବୈଠକ। ଆଜିଠାରୁ ଏହି ଅସ୍ତ୍ରବିରତି ଆରମ୍ଭ ହୋଇଛି। ଏହାକୁ ମିଶାଇ ୧୦ଟି ଯୁଦ୍ଧ ବନ୍ଦ କରିଥିବାର ଦାବି କରିଛନ୍ତି ଟ୍ରମ୍ପ। ଇସ୍ରାଏଲ ଓ ଲେବାନନର ରାଷ୍ଟ୍ରମୁଖ୍ୟଙ୍କ ସହିତ ଆଲୋଚନା କରି ଯୁଦ୍ଧ ବିରତି କରାଇଥିବାର ଟ୍ରମ୍ପ କହିଛନ୍ତି। ଜାତିସଂଘର ମୁଖ୍ୟ ଗୁଣ୍ଟେରସ ମଧ୍ୟ ସ୍ଵାଗତ କରିଛନ୍ତି। ଏହି ଅସ୍ତ୍ରବିରତି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ଜାତିସଂଘର ମୁଖ୍ୟ କହିଛନ୍ତି।

Latest Posts

Don't Miss