୨ ଦୁଇ ସେକେଣ୍ଡର ପ୍ରମୋ ଭିଡିଓ ପାଇଁ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

1 min read

ତେହରାନ୍: ଇରାନରେ ଜାରିଥିବା ବିରୋଧ ପ୍ରଦର୍ଶନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ବିକ୍ଷୋଭ ପାଇଁ ବିଦେଶ ମନ୍ତ୍ରୀ ଭାରତ ଗସ୍ତ ବାତିଲ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ରାୟସିନା ଡାୟଲଗ୍ସ ପାଇଁ ବିଦେଶ ମନ୍ତ୍ରୀ ହୁସେନ ଅମିର ଅବଦୁଲହାନିୟନ୍ ଆସନ୍ତା ମାସରେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା। ହିଜାବକୁ ନେଇ ଗତ ୫ ମାସ ହେବ ଇରାନରେ ବିରୋଧ ପ୍ରଦର୍ଶନ କରାଯାଉଛି।

ରାୟସିନା ଡାୟଲଗ୍ସ ଥିଙ୍କ ଟେଙ୍କ ହେଉଛି ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍ (ଓଆରଏଫ)ର ଏକ ଫ୍ଲାଗସିପ୍ ଇଭେଣ୍ଟ । ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ମିଳିତ ଭାବେ ଆୟୋଜିତ ହୋଇଥାଏ।  ୨୦୨୩ କାର୍ଯ୍ୟକ୍ରମ ସହ ଜଡିତ ଏକ ପ୍ରମୋସନାଲ୍ ଭିଡ଼ିଓ ମାସେ ପୂର୍ବରୁ ଆୟୋଜିତ କରାଯାଇଥିଲା । ଏହାର ଏକ କ୍ଲିପରେ ଦେଖିବାକୁ ମିଳିଛି, କିଛି ମହିଳା ନିଜ କେଶ କାଟୁଛନ୍ତି । ସେମାନଙ୍କ ସହିତ ରାଷ୍ଟ୍ରପତି ରଇସିଙ୍କ ଫଟୋ ରହିଛି । ଯାହାକୁ ନେଇ ଇରାନ ଦୂତାବାସ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ମଧ୍ୟ ବାତିଲ କରାଯାଇଛି ।

ଏହାକୁ ନେଇ ଦୂତାବାସ ପକ୍ଷରୁ ଓଆରଏଫ୍ ଓ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଛି । ଯଦିଓ ଥିଙ୍କ ଟ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ଓଆରଏଫ୍ ପକ୍ଷରୁ ଜାରି ଏହି ଭିଡ଼ିଓରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝଲକ ରହିଛି । ଏହି ଝଲକ ସମାକନ୍ଦ ସମ୍ମିଳନୀର ବୋଲି ଜଣାପଡିଛି । ତେବେ ରାୟସିନା ଡାୟଲଗ୍ ରେ ଜି-୨୦ ଦେଶର ୨୦ରୁ ଅଧିକ ବିଦେଶ ମନ୍ତ୍ରୀ ସାମିଲ ହୋଇପାରନ୍ତି ।