ଇରାନର ସେଲ୍ଫ ଗୋଲ୍ : ଶତ୍ରୁ ଭାବି ନିଜ ଯାହାଜ ଉପରକୁ କଲା ମିସାଇଲ ମାଡ,୨୦ ନିହତ ଆଶଙ୍କା
1 min read
ତେହରାନ: ଇରାନର ସେଲ୍ଫ ଗୋଲ । ନିଜ ଯୁଦ୍ଧ ଜାହଜକୁ ଶତ୍ରୁ ଜାହଜ ଭାବି କଲା ଆକ୍ରମଣ । ମିସାଇଲ ମାଡରେ ୨୦ ସୈନିକ ନିହତ ହୋଇଥିବା ଆଶଙ୍କା କରାଯାଉଛି । ଆକ୍ରମଣ କରାଣରୁ ଇରାନର ଗୋଟିଏ ଯୁଦ୍ଧ ଯାହାଜ ସମୁଦ୍ରରେ ବୁଡ଼ିଯାଇଥିବା କୁହାଯାଉଛି ।

ଇରାନରୁ ମିଳିଥିବା ସୂଚନା ଅନୁସାରେ ୪୦ଜଣ ନୌସେନା ନିଖୋଜ ଅଛନ୍ତି । ତେବେ ଏହି ଘଟଣା ପରେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଇରାନର ଯୁଦ୍ଧ ଯାହାଜ ଉପରେ ଭୁଲରେ C-802 ନୁର କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ନୌସେନାର ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଛି।

କୁହାଯଆଉଛି ଯେ, ଭୁଲ୍ ବସତଃ ଏଣ୍ଟିସିପ୍ କ୍ରୁଜ ମିସାଇଲ ମାଡ ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ଯଦିଓ ଇରାନର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୋସିଆଲ ମିଡ଼ିଆରେ ଏହି ଘଟଣାରେ ସମ୍ପୃକ୍ତ ବହୁତ ଗୁଡ଼ିଏ ଭିଡ଼ିଓ ଭାଇରାଲ ହେଉଛି । ଏବଂ ଏହି ଭିଡ଼ିଓରେ ଆହତ ନୌସେନା ଅଧିକାରୀ ଏବଂ ଉଦ୍ଧାରକାରୀଙ୍କୁ ଦେଖାଯଆଉଛି ।