spot_img

Latest Posts

ସୁନା ଉପରେ ଇରାନ-ଇସ୍ରାଏଲ ଯୁଦ୍ଧର କଳାବାଦଲ, ଏକାଥରେ ବଢ଼ିପାରେ ୨୩ ହଜାର

ସୁନା ଉପରେ ଇରାନ-ଇସ୍ରାଏଲ ଯୁଦ୍ଧର କଳାବାଦଲ, ଏକାଥରେ ବଢ଼ିପାରେ ୨୩ ହଜାର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଓ ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ପାଲଟା ଆକ୍ରମଣରେ ଇରାନ ବି ଇସ୍ରାଏଲ ସମେତ ମିଡିଲ ଇଷ୍ଟେଟରେ ଥିବା ଆମେରିକାର ବେସ ଉପରେ ଘନ ଘନ ମିଜାଇଲ ଆକ୍ରମଣ କରୁଛି । ଏହି କାରଣରୁ ଆଗାମୀ ଦିନରେ ସୁନା ଓ ରୂପା ଦର ପୁଣି ବଢ଼ିପାରେ । ବିଶେଷଜ୍ଞଙ୍କ ମତରେ ସୋମବାର ବଜାର ଖୋଲିବା ପରେ ସୁନା ଓ ରୂପା ଦର ଆକାଶଛୁଆଁ ହୋଇପାରେ । ଏମିତି ସ୍ଥିତିରେ ସୁନା ମୂଲ୍ୟ ପ୍ରାୟ ୨୩ ହଜାର ଟଙ୍କା ଅର୍ଥାତ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରାଯାଉଛି । ସେହିପରି ରୂପା ମୂଲ୍ୟ ପୁଣି ଥରେ ୩ ଲକ୍ଷ ଟଙ୍କା ପାର କରିପାରେ । ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ଲମ୍ବା ଚାଲିଲେ ସୁନା ଓ ରୂପା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ । ଆସନ୍ତୁ ଜାଣିବା, ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟରେ କେତେ ବୃଦ୍ଧି ଘଟିବା ନେଇ ଆକଳନ କରାଯାଉଛି ।

କେତେ ବଢ଼ିବ ସୁନା ମୂଲ୍ୟ ?

କେଡିଆ ଆଡଭାଇଜରି ଡାଇରେକ୍ଟର ଅଜୟ କେଡିଆଙ୍କ ଅନୁସାରେ, ଆମେରିକା-ଇରାନ ଟେନସନ ଭିତରେ ମାର୍ଚ୍ଚର ପ୍ରାରମ୍ଭିକ ଦିନରେ ସୁନା ୧୫ ମୂଲ୍ୟରେ ପ୍ରତିଶତ ବୃଦ୍ଧି ଘଟିପାରେ । ସେ କହିଛନ୍ତି, ସୁନା ପାଇଁ ଏକ ନୂଆ ଟିଗର ବନିଛି । ଏମିତି ସ୍ଥିତିରେ ଆଗାମୀ ଦିନରେ ସୁନା ମୂଲ୍ୟ ୧.୮୫ (୨୪ କ୍ୟାରେଟ୍) ଲକ୍ଷ ସ୍ତରକୁ ଯାଇପାରେ । ଯାହା ବର୍ତ୍ତମାନ ମୂଲ୍ୟ ଅନୁସାରେ ୨୩ ହଜାର ଅଧିକ ହୋଇପାରେ । ସେହିପରି କମୋଡିଟି ଏକ୍ସପର୍ଟ ଅନୁଜ ଗୁପ୍ତାଙ୍କ ଅନୁସାରେ, ସୋମବାର ସୁନା ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ । ଏହାର ଅର୍ଥ ସୁନା ମୂଲ୍ୟ ୧.୭୮ ଲକ୍ଷ ଟଙ୍କା ସ୍ତରକୁ ଯାଇପାରେ ।

କେତେ ବଢ଼ିବ ରୂପା ମୂଲ୍ୟ ?

କୋଡିଆଙ୍କ ଅନୁସାରେ ରୂପା ମୂଲ୍ୟରେ ବି ବୃଦ୍ଧି ଦେଖିବାକୁ ମିଳିପାରେ । ତାଙ୍କ ମତରେ ରୂପା କେଜି ୩.୨୦ ଲକ୍ଷ ସ୍ତରକୁ ଯାଇପାରେ । ସେହିପରି ଅନୁଜ ଗୁପ୍ତାଙ୍କ ଅନୁସାରେ ରୂପା ମୂଲ୍ୟ ୨.୯୦ରୁ ୩ ଲକ୍ଷ ସ୍ତରକୁ ଯାଇପାରେ । ଯାହା ବର୍ତ୍ତମାନର ମୂଲ୍ୟଠାରୁ ୨୦ରୁ ୪୦ ହଜାର ଅଧିକ ରହିବ ।

Latest Posts

Don't Miss