ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ

ତେହେରାନ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ହୋଇଛି  । ଏହି ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି  । ଇରାନୀ ମିଡିଆ ଦାବି କରିଛି ଯେ ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି  । ଅନେକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଦଳଙ୍କୁ ହେଲିକପ୍ଟରର ଧ୍ବଂସାବଶେଷ ମିଳିଛି  । ଅଜରବୈଜାନର ପାହାଡିଆ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ରବିବାର ଦିନ ହେଲିକପ୍ଟର କ୍ରାସ ହୋଇଥିବା ଖବର ସାମନାକୁ ଆସିଥିଲା  । କିନ୍ତୁ ଏହାକୁ ଗୁଜବ କହିଥିଲା ଇରାନୀ ମିଡିଆ  ।

ଏହି ଦୁର୍ଘଟଣା ଇରାନ ରାଜଧାନୀ ତେହରାନରୁ ପାଖାପାଖି ୬୦୦କିଲୋମିଟର ଉତ୍ତର ପଶ୍ଚିମରେ ଥିବା ଅଜରବୈଜାନ ସୀମାକୁ ଲାଗିଥିବା ଜୁଲଫା ସହର ନିକଟରେ ହୋଇଛି  ।  ରଇସି ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କ ସହ ମିଶି ଏକ ଡ୍ୟାମର ଉଦଘାଟନ ପାଇଁ ଅଜରବୈଜାନ ଯାଉଥିଲେ  । ଏହା ତୃତୀୟ ଡ୍ୟାମ ଯାହାକୁ ଦୁଇ ଦେଶ ଅରାସ ନଦୀ ଉପରେ ନିର୍ମାଣ କରିଥିଲେ  ।

୬୩ ବର୍ଷୀୟ ରଇସି ଏକ କଠୋରପନ୍ଥୀ ନେତା ଭାବେ ଜଣାଶୁଣା  । ଇରାନର ଟପ୍‌ ନେତା ଅୟାତୁଲ୍ଲା ଅଲୀ ଖୋମେନେଇଙ୍କ ସହଯୋଗୀ ଭାବେ ରଇସି ଜଣାଶୁଣା  । ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ରଇସି  । ଗତମାସରେ ରାଷ୍ଟ୍ରପତି ରଇସି ଓ ଖମେନେଇଙ୍କ ନେତୃତ୍ବରେ ଇରାନ ଇସ୍ରାଏଲ ଉପରେ ମିସାଇଲ ମାଡ କରିଥିଲା  ।

ରଇସିଙ୍କ ସହ ଇରାନର ବୈଦେଶିକ ମନ୍ତ୍ରୀ ହୁସୈନ ଅମୀରାବ୍ଦୁଲାହିଅନ, ଇରାନର ପୂର୍ବ ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ଓ ଅନ୍ୟ ଅଧିକାରୀ ତଥା ଅଙ୍ଗରକ୍ଷୀ ମଧ୍ୟ ଯାତ୍ରା କରୁଥିଲେ  ।