ଅଗଷ୍ଟ ମଧ୍ୟଭାଗରେ ଇସ୍ରାଏଲ ଉପରେ ହମଲା କରିବ ଇରାନ

TOPSHOT - Palestinians walk amid debris of buildings hit in Israeli strikes, near Al-Zawiya market in Gaza City on November 27, 2023, on the fourth day of a truce in fighting between Israel and Hamas. The Israeli government said on November 27, it had put Hamas "on notice" that an "option for an extension" of the truce in the Gaza Strip was open. (Photo by Omar El-Qattaa / AFP) (Photo by OMAR EL-QATTAA/AFP via Getty Images)

ତେଲ ଆଭିଭ: କୁହୁଳୁଛି ମଧ୍ଯପ୍ରାଚ୍ୟ । ଫୁଲ୍ ଦମରେ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଇରାନ କରୁଛି ଯୋଜନା । ତରବରିଆ ଆକ୍ରମଣ ନୁହେଁ, ବରଂ ଏକ ଯୋଜନାବଦ୍ଧ ଓ ଶକ୍ତିଶାଳୀ ଆକ୍ରମଣ ଲାଗି ଇରାନ ହେଉଛି ପ୍ରସ୍ତୁତ । ସମ୍ଭବତଃ ଅଗଷ୍ଟ ମଧ୍ଯଭାଗରେ ଇସ୍ରାଏଲ ଉପରେ ହମଲା କରିବ ଇରାନ । ପ୍ରଶ୍ନ ଉଠୁଛି ଯଦି ଏହି ଯୁଦ୍ଧ ଦୀର୍ଘସ୍ଥାୟୀ ହୁଏ ଇରାନର ମୁକାବିଲା କରିପାରିବ କି ଇସ୍ରାଏଲ । ଯଦି ଏହି ଯୁଦ୍ଧ ହୁଏ ତେବେ ବିଶ୍ବବାସୀଙ୍କ ଉପରେ ଏହାକ କି ପ୍ରଭାବ ପଡିବ ।

ସେପଟେ ଇସ୍ରାଏଲକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ହେଲାଣି ଆମେରିକା । ମଧ୍ଯପ୍ରାଚ୍ଯର ଅଧିକାଂଶ ରାଷ୍ଟ୍ରରୁ ବହୁ ବିଦ୍ରୋହୀ ସଂଗଠନ ଇରାନକୁ ସମର୍ଥନ କରୁଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଇରାନ ସପକ୍ଷବାଦୀ ଆତଙ୍କୀ ରହିଛନ୍ତି । ପୂର୍ବରୁ ଇସ୍ରାଏଲ ଉପରେ ଗୋଟିଏ ଦିଗରୁ ରକେଟ ମାଡ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସ୍ଥିତିରେ ଲେବାନନ, ସିରିଆ, ୟେମେନ, ଇରାକ ଆଦି ଦିଗରୁ ଇସ୍ରାଏଲ ଉପରେ ହମଲା ହେବ । ଯଦି ଏହା ଘଟିବ ତେବେ ଇସ୍ରାଏଲ ଲାଗି ମୁକାବିଲା କରିବା କଷ୍ଟସାଧ୍ଯ ହେବ ।

ଲେବାନନରୁ ଯଦି ଡ୍ରୋନ ମାଡ କରାଯାଉଛି ତେବେ ହାଇଫା ସିଟିରେ ପହଞ୍ଚିବାକୁ ଲାଗିବ ୧୫ ମିନଟ, ସେହିପରି ତେଲ ଆଭିବରେ ଏହା ମାଡ ହେବାକୁ ଲାଗିବ ୪୦ ମିନଟ । ଯଦି ଯୁଦ୍ଧରେ ଆମେରିକା ଭାଗ ନିଏ ତେବେ ସିରିଆ ଓ ଇରାକ ପଟୁ ଆମେରିକୀୟ ସୈନ୍ୟଙ୍କ ଉପରେ ହମଲା ହେବ । ଏହା ଆମେରିକା ଲାଗି କ୍ଷତି ପହଞ୍ଚାଇବ । ମଧ୍ଯପ୍ରାଚ୍ଯର ବାହାରିନ, ଇଜିପ୍ଟ, ଇରାକ, ଇସ୍ରାଏଲ, ଜୋର୍ଡାନ, କୁଏତ, ଲେବାନନ, ଓମାନ, କତର, ସାଉଦିଆରବ, ସିରିଆ ଓ ୟୁଏଇରେ ଆମେରିକାର ରହିଛି ୬୦ଟି ସାମରିକ ଘାଟି ଓ ଦୁର୍ଗ । ସମ୍ଭାବ୍ଯ ଯୁଦ୍ଧରେ ଏହି ଘାଟିଗୁଡିକ ବ୍ଯବହାର କରିବ ଆମେରିକା । ତେଣେ ତେଲ ଆଭିବକୁ ବିମାନ ସେବା ବନ୍ଦ ଅବଧି ବଢାଇଲା ଏୟାର ଇଣ୍ଡିଆ।