ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ ଭାରତର ହସ୍ତକ୍ଷେପ ଭିତ୍ତିହୀନ – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ, ଇସ୍ରାଏଲ ପରମାଣୁ ଆଡା ଉପରେ ବିମାନ ଆକ୍ରମଣ କରିଛି, ଯାହାକୁ “ଅପରେସନ୍ ରାଇଜିଂ ଲାୟନ୍” ନାମ ଦିଆଯାଇଛି। ପ୍ରତିଶୋଧ ସ୍ୱରୂପ ଇରାନ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଭାରତ ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କରୁଛି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଅବାସ୍ତବ ବୋଲି କହିଛନ୍ତି।

ଶୁକ୍ରବାର ସକାଳ ଠାରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି, ଆଜି ଇସ୍ରାଏଲ ମଧ୍ୟ ଏକ ଏୟାର ଷ୍ଟ୍ରାଇକ କରିଥିଲା। ଏଥର ମଧ୍ୟ ଇସ୍ରାଏଲ ପରମାଣୁ ଆଡା ଟାର୍ଗେଟ କରିଥିଲା। ଇସ୍ରାଏଲ ଏହାକୁ ଅପରେସନ ରାଇଜିଂ ଲାୟନ ବୋଲି ନାମ ଦେଇଛି। ଅନ୍ୟପକ୍ଷରେ, ଇରାନ ମଧ୍ୟ ଏହି ଆକ୍ରମଣର ଜବାବ ଦେଉଛି। ଇରାନ ଇସ୍ରାଏଲ ଉପରେ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅବାସ୍ତବ। ଯଦି ଦୁଇଟି ଦେଶ କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ତୃତୀୟ ପକ୍ଷଏଥିରେ ନିଜକୁ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଭୁଲ।ଏସ ଜୟଶଙ୍କର କହିଛନ୍ତି ଭାରତ କ’ଣ କରିପାରିବ ? ଇସ୍ରାଏଲ ଓ ଇରାନ ସହ ଆମ ଦେଶର ଭଲ ସମ୍ପର୍କ ଅଛି । ଶାନ୍ତି ପାଇଁ ଉଭୟ ଦେଶ ଚାହିଁବା ଦରକାର । ତୃତୀୟ ଲୋକର ହସ୍ତକ୍ଷପରେ କିଛି ହେବନି । ଭାରତର ହସ୍ତକ୍ଷପ ଭିତ୍ତିହୀନ ।

ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେମାନେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ କୌଣସି ବାହାର ଲୋକ ନିଜକୁ ଏଥିରେ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଅତ୍ୟନ୍ତ ଅବାସ୍ତବ । ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛି ଆମେରିକା। ଇରାନ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତି ଆକ୍ରମଣର ଆଶଙ୍କା ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଜୟଶଙ୍କର ଭାରତ ଓ ପାକିସ୍ତାନ ସଂଘର୍ଷ ଉପରେ ମଧ୍ୟ ଟ୍ରମ୍ପଙ୍କୁ ଘେରିଥିଲେ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ନୂଆ ନୁହେଁ। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ, ଯେତେବେଳେ ଖବର ଆସିଲା ଯେ ଇରାନ ପରମାଣୁ ଅସ୍ତ୍ର ତିଆରି କରୁଛି, ଏହାର ପରେ ଇସ୍ରାଏଲ ମଧ୍ୟ  ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲା। ଏହା ଆମେରିକା ରାଷ୍ଟ୍ରପତି ମଧ୍ୟ ନିଶ୍ଚିତ କରିଥିଲେ। ଇସ୍ରାଏଲ ସହିତ, ଇରାନର ପରମାଣୁ ଅସ୍ତ୍ର ଯୋଗୁଁ ଅନ୍ୟ ଅନେକ ଦେଶ ବିପଦରେ ଅଛନ୍ତି। ଏହି କାରଣରୁ ଇସ୍ରାଏଲ ପ୍ରଥମେ ପରମାଣୁ ଆଡା ଗୁଡ଼ିକୁ ଟାର୍ଗେଟ କରି ନଷ୍ଟ କରିଛି।