spot_img

Latest Posts

ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ 

ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ 

ନନ୍ଦିଘୋଷ ବ୍ୟୁରୋ: ଯଦି  ଆପଣଙ୍କ ମୋବାଇଲ ଫୋନରୁ ଇଣ୍ଟରନେଟ୍ କୁ କିଛି ଘଣ୍ଟା ପାଇଁ ବନ୍ଦ କରିଦିଆ ଯାଏ ,ତେବେ ଚିନ୍ତା କରନ୍ତୁ ଆପଣ କେମିତି ନିଜ କାମ କରିବେ ।  ଆଉ ଯଦି ପ୍ରାୟ  ୪୦ ଦିନ ଧରି ଇଣ୍ଟରନେଟ୍ ବନ୍ଦ ରହେ, ତେବେ ଚିନ୍ତା କରୁଛନ୍ତି ତ କି ଅବସ୍ଥା ହେବ । ଯୁଦ୍ଧର ଘମାଘଟା ଭିତରେ ଏବେ ଇରାନବାସୀ ଏମିତି ସ୍ଥିତିର ସମ୍ମୁଖନ ହେଉଚନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ । ୧୦୦୦ ଘଣ୍ଟା ହେଲା ଇରାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ଇରାନରେ ଏତେ ସମୟ ଧରି ଇଣ୍ଟରନେଟ ବନ୍ଦ ବିଶ୍ୱର ସବୁଠାରୁ ଲମ୍ବା ନେଟ୍‌ୱର୍କ ବ୍ଲ୍ୟାକ୍‌ ଆଉଟ୍ ମଧ୍ୟରେ ସାମିଲ୍ ହୋଇଯାଇଛି । ଏହି ଲମ୍ବା ସଟଡାଉନ୍ ସାଧାରଣ ଲୋକଙ୍କ ଡିଜିଟାଲ୍ ଯୋଗାଯୋଗ ଓ ସେବାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି । ନିକଟ ଭବିଷ୍ୟତରେ ସ୍ଥିତି ସାଧାରଣ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ଦେଶରେ ନେଟ୍‌ୱର୍କ କନେକ୍ଟିଭିଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବାବେଳେ ଇରାନବାସୀଙ୍କ ବାହାର ଦୁନିଆସହ ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇଯାଇଛି ।

ଏହା ଆଧୁନିକ ଡିଜିଟାଲ୍ ଇତିହାସରେ ସବୁଠାରୁ ଲମ୍ବା ଇଣ୍ଟରନେଟ୍ ବନ୍ଦ ଘଟଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି । ଇଣ୍ଟରନେଟ୍ ସଟଡାଉନ୍ ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିଲା । ଆମେରିକା-ଇସ୍ରାଏଲ୍, ଇରାନ୍ ଉପରେ ଆକ୍ରମଣ କରିବା ପରଠାରୁ ଏପରି ସ୍ଥିତି ଲାଗି ରହିଛି । ଏହି ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା । ଏହି ଘଟଣା ପରଠାରୁ ଇରାନ୍‌ରେ ଇଣ୍ଟରନେଟ୍ ପ୍ରତିବନ୍ଧକ ଲଗାତାର ଜାରି ରହିଛି । ଏହି ବ୍ଲ୍ୟାକ୍‌ଆଉଟ୍ ଏବେ ୪୦ ଦିନରୁ ଅଧିକ ସମୟ ଧରି ଚାଲିଛି ଓ ଏହାକୁ ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ଇଣ୍ଟରନେଟ୍ ବ୍ଲ୍ୟାକ୍‌ଆଉଟ୍ ମଧ୍ୟରେ ସାମିଲ୍ କରାଯାଇଛି ।

Latest Posts

Don't Miss