ଭାରତଠୁ ଆଶା ପ୍ରକାଶ କଲା ଇରାନ୍, ବ୍ୟର୍ଥ ହେବ କି ଟ୍ରମ୍ପଙ୍କ ଗସ୍ତ !

1 min read

ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ଟଳୁନି ଯୁଦ୍ଧ ସ୍ଥିତି । ଇରାନର ଟପ୍ ନେତା କାସିମ୍ ସୁଲେମାନିଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ନିହତ କରିବା ପରେ ଉତ୍ତେଜନା ଲାଗି ରହିଛି । ଆମେରିକା ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରାଣେ ପ୍ରାଣେ ପାଦ ଥାପୁଛି ଇରାନ୍ । ଗତ ସପ୍ତାହ ମଧ୍ୟରେ ଇରାକରେ ଥିବା ଆମେରିକାର ବିଭିନ୍ନ ଏୟାରବେସ୍ ଓ ସେନା କ୍ୟାମ୍ପରେ ଲଗାତାର ରକେଟ୍ ଓ ମିସାଇଲ୍ ମାଡ଼ କରୁଛି ଇରାନ୍ । ଏହାରି ଭିତରେ ଗତକାଲି ଠାରୁ ଭାରତ ଗସ୍ତରେ ଆସିଛନ୍ତି ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ ।ଇରାନ କୂଟନୈତିକ ସ୍ତରରେ ଆମେରିକାକୁ ଘେରିବାକୁ ଉଦ୍ୟମ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଆଶା ପ୍ରକାଶ କରିଛି ଇରାନ୍ । ଭାରତ ହସ୍ତକ୍ଷେପ କଲେ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିପାରେ । ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ, ମୋଦିଙ୍କୁ ଭେଟିବା ପରେ ମଧ୍ୟପ୍ରାଚ୍ୟ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଭାରତ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ବଡ଼ ଭୂମିକା ତୁଲାଇବ ବୋଲି ଇରାନ ଆଶା ବାନ୍ଧିଛି ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ଦକ୍ଷିଣ ଏସିଆର ପ୍ରଥମ ରାଷ୍ଟ୍ର ଭାବେ ଭାରତକୁ ମଧ୍ୟସ୍ଥି ପାଇଁ ଇରାନ୍ ଏକ ପ୍ରକାର ଆମନ୍ତ୍ରଣ ଦେଇଛି । ଭାରତ ଶାନ୍ତି ପ୍ରତିଷ୍ଠା ଦିଗରେ ଯାହା ପଦକ୍ଷେପ ଇରାନ୍ ତାକୁ ସ୍ୱାଗତ କରିବ । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଫୋନ୍ ଯୋଗେ ଜାଭଦ ଜରିଫଙ୍କୁ ଶାନ୍ତି ପାଇଁ କହିଥିଲେ । ଅନ୍ୟପଟେ ଆସନ୍ତା ଫେବ୍ରୁଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବାର ଅଛି । ତା ଛଡ଼ା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେଣୁ, ଟ୍ରମ୍ପ ଭାରତର ସମର୍ଥନ ହାସଲ ପାଇଁ ଉଦ୍ୟମ କରିବା ଥୟ ।

ଆମେରିକା, ଇରାନ୍ ସହ ଭାରତର ଭଲ ସମ୍ପର୍କ ରହିଛି । ଉଭୟ ରାଷ୍ଟ୍ର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ, ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତ ଜଣକୁ ସମର୍ଥନ କଲେ ଅନ୍ୟ ଜଣଙ୍କ ସମ୍ପର୍କ ଖରାପ ହୋଇପାରେ । ତେଣୁ, ଭାରତ ଉଭୟ ଦେଶ ସହ ସମ୍ପର୍କ ମଜଭୁତ୍ ରହିଲା ଭଳି ପଦକ୍ଷେପ ନେବ । ଯାହାକି କୂଟନୈତିକ ସ୍ତରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବ ।

ତେହେରାନରେ ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୮୦ଜଣ ଯାତ୍ରୀ

Leave a Reply