ଏଥର ମାସ୍କ ପିନ୍ଧି ବୁଲିବେ ଇରାନ ନାଗରିକ, ସରକାର ଜାରି କଲେ ନୂଆ ନିର୍ଦ୍ଦେଶ

1 min read

ନନ୍ଦିଘୋଷ ବ୍ୟୁରୋ : ଇରାନ ଏବେ ପୁଣି ଥରେ କୋରନା ଆତଙ୍କ ଖେଳିଯାଇଛି । ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଥିବାରୁ ସରକାର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢିଛି । ଏଭଳି ସ୍ଥଇତିରେ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।  ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧଇ ଯାତାୟତ କରିବା ପାଇଁ କୁହାଯାଇଛି ।

ରାଜ୍ୟରେ ଚାଲିଥିବା ଇସଲାମିକ୍ ରିପବ୍ଲିକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ସାରା ଦେଶର ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ପୁଣଇ ଥରେ କୋଭିଡ ଭାଇରସ ବ୍ୟାପିଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ କୋଭିଡକୁ ନେଇ କିଛି ସ୍ପଷ୍ଟ ତଥ୍ୟ ଜାରି କରାଯାଇ ନାହିଁ । ଏହା ଓମିକ୍ରମ ଓ୍ବେରିଏଣ୍ଟର ପ୍ରଭାବ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି । ସେଠାକାର ଡାକ୍ତର କହିଛନ୍ତି, ବୃଦ୍ଧ ଓ ଗର୍ଭବତୀ ଓ ହୃତରୋଗୀ ସତର୍କତା ରହିବା ଜରୁରୀ । ସେମାନେ ଘରୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧି ବାହାରିବା ଉଚିତ୍ ।

୨୦୨୦ ମସିହାରେ ଚୀନ ପରେ ଦ୍ବିତୀୟ ଦେଶ ଇରାନରେ କୋରନା ସଂକ୍ରମଣ ସଂଖ୍ୟା ଅଧିକ ଥିଲା । ସେତେବେଳରୁ ଆଜି ପର୍ଯ୍ୟନ୍ତ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫ ଲକ୍ଷରୁ ଅଧିକ ସଂକ୍ରମଣଙ୍କ ସଂଖ୍ୟା ରହିଛି ।