ପୁରୁଷଙ୍କ ଭଳି ମହିଳାଙ୍କୁ କାହିଁକି ମିଳୁନି ସମାନ ଅଧିକାର, କଣ କହିଲେ IPS ସାରା ଶର୍ମା ?

1 min read

ଭୁବନେଶ୍ୱର: ପୁରୁଷ ପ୍ରଧାନ ସମାଜରେ ନାରୀ କଣ ସତରେ ଅବହେଳିତ ? ନା ଅସମାନତା ଆଳରେ ମହିଳାଙ୍କୁ କରାଯାଉଛି ଉପେକ୍ଷା ? ଆଇନ୍ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ପୋଲିସ ବିଭାଗରେ ମହିଳାଙ୍କୁ ମିଳୁଛି କି ସମାନ ଅଧିକାର, ସମାନ ସୁଯୋଗ ? ଅନ୍ତର୍ଜାତୀୟ ମହିଳା ଦିବସରେ ଏ ଭଳି କିଛି ପ୍ରଶ୍ନକୁ ନେଇ ଆମେ ଭେଟିଥିଲୁ ମହିଳାଙ୍କ ଆଇକନ୍ IPS ସାରା ଶର୍ମାଙ୍କୁ ।ପୋଲିସ ଭାବରେ ଗର୍ବିତ

ପୋଲିସ ବିଭାଗରେ କାମ କରୁଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ଗଜପତି ଏସପି ସାରା ଶର୍ମା । ତେବେ, ସମାଜ ବଦଳିବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି । ଝିଅ ବି ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁ ବୋଲି କୁହନ୍ତି ସାରା । ସୁଯୋଗ ମିଳିଲେ ମହିଳା, ପୁରୁଷଙ୍କ ଭଳି ସମାନ କାମ କରିପାରିବେ ।କାର୍ଯ୍ୟକ୍ଷେତ୍ରରେ ଅସମାନତା

ନିଜ କାର୍ଯ୍ୟକ୍ଷେତ୍ରରେ ସେ କିଛିଟା ଅସମାନତା ଅନୁଭବ କରୁଛନ୍ତି । ତେବେ, ସ୍ଥିତିରେ ଆଗ ଅପେକ୍ଷା ପରିବର୍ତ୍ତନ ଆସିଛି । ଆଗକୁ ଆହୁରି ଅଧିକ ପରିବର୍ତ୍ତନ ଆସିବ ବୋଲି ସାରା ଆଶା ରଖିଛନ୍ତି । ଆଗକୁ ପୋଲିସ ବିଭାଗରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।ଚିନ୍ତାଧାରା ରୋକିବ ଅତ୍ୟାଚାର

ଝିଅ, ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର କେମିତି କମିବ ବା ବନ୍ଦ ହେବ ସେନେଇ ସାରା ମତ ରଖିଛନ୍ତି । ଅତ୍ୟାଚାର ଦୂର ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆବଶ୍ୟକ । ମହିଳାଙ୍କୁ ସୁଯୋଗ ମିଳିଲେ ସେମାନେ ଆଗକୁ ବଢ଼ିପାରିବେ ବୋଲି ସାରା କହିଛନ୍ତି । ମହିଳାମାନେ ମଲ୍ଟିଂ ଟ୍ୟାସ୍କିଂ କାମ କରନ୍ତି । ନିଜକୁ ଶ୍ରେଷ୍ଠ ଭାବି କାମ କଲେ ନିଶ୍ଚୟ ସଫଳତା ମିଳିବ ।

Leave a Reply