ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଡିଜି, ଏଡିଜିପି, ଆଇଜିପି ରାଙ୍କର ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରେଦାନ କରିଛନ୍ତିରାଜ୍ୟ ସରକାର । ଏହାସହ ଟ୍ୱିନସିଟି ଡିସିପି ଓ ଅନ୍ୟ ଜିଲ୍ଲାଗୁଡ଼ିକର ଏସପିଙ୍କ ବଦଳି କରାଯାଇଛି । ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ।  ଟ୍ୱିନସିଟି ଡିସିପି ଓ ଅନ୍ୟ ଜିଲ୍ଲାଗୁଡ଼ିକର ଏସପିଙ୍କ ବଦଳି କରାଯାଇଛି ।  ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ  ଏସ୍‌.ଏମ୍‌. ନରୱାଣେଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।  ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତ କରାଯାଇଛି । ଆଇଜିପି ଅପରେସନ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ସେହିପରି ବିବେକାନନ୍ଦ ଶର୍ମା ରେଲୱେ ଏସପି ଭାବେ ନିଯୁକ୍ତ ହୋଇଥିବା ବେଳେ ବି ଗଙ୍ଗାଧରଙ୍କୁ ଡିଆଇଜି ସିଆଇଡି ସିବି ଭାବେ ବଦଳି କରାଯାଇଛି ।  ଚରଣ ସିଂ ମୀନା ହୋଇଛନ୍ତି ଡିଆଇଜି ପ୍ରୋଭିଜନିଂ, ଦକ୍ଷିଣାଞ୍ଚଳ ଆଇଜି ହେଲେ ନିତି ଶେଖର, ଅଖିଳେଶ୍ଵର ସିଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ  ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗର ଡିଆଇଜି ଭାବେ ଉମାଶଙ୍କର ଦାଶଙ୍କୁ ବଦଳି କରାଯାଇଛି । ଅଙ୍କିତ କୁମାର ବର୍ମା ଭୁବନେଶ୍ଵର ଅତିରିକ୍ତ ଡିସିପି ହୋଇଥିବା ବେଳେ ରାହୁଲ ଗୋୟଲ ବୌଦ୍ଧ ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଅଭିଳାଷ ଜି ହୋଇଛନ୍ତି ବଲାଙ୍ଗୀର ଏସପି ।