ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

1 min read

ଭୁବନେଶ୍ବର: ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ଡିଜି ପଦରୁ ରବିବାର ଅବସର ନେଇଥିଲେ ସତ୍ୟଜିତ୍‌ । ୧୯୮୮ ବ୍ୟାଚର IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ବ ତୁଲାଇଛନ୍ତି । ରବିବାର ଓଡ଼ିଶା ପୋଲିସ ସେବାରୁ ଅବସର ନେବା ପରେ ସୋମବାର ଲୋକସବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ନିଜର ୩୩ ବର୍ଷ ବୃତ୍ତିଗତ ଜୀବନକାଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜ ମାନଙ୍କରେ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଉପ ମହାନିରୀକ୍ଷକ ଏବ ଆରକ୍ଷୀ ମହାନିରୀକ୍ଷକ ଭାବ ଅବସ୍ଥାପିତ ହୋଇ ସଫଳତା ପୂର୍ବକ ଦାୟିତ୍ବ ନିର୍ବାହ କରିଛନ୍ତି । ଏହାଛଡା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ, ରାଜ୍ୟ ପୋଲିସ ଓ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବ ଟୁଇନ ସିଟିର କମିଶନର ଭାବେ କାର୍ଯ୍ୟ କରିଛନ୍ତି ।

ଡିଜି ପାହ୍ୟାକୁ ପଦୋନ୍ନତି ହୋଇ କାରାଗାର ମହାନିର୍ଦ୍ଦେଶକ, ଓ ନେର୍ଦ୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୋଲିସ୍ ଉଲ୍ଲେଖନୀୟ ସେବା ପଦକ, ପୋଲିସ୍ ବିଶିଷ୍ଟ ସେବା ପଦକ ମଧ୍ୟ ମିଳିଛି । ଆଜି ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ନେଇଛନ୍ତି ।

Leave a Reply