ଆଇନଶୃଙ୍ଖଳା ସ୍ଥିତି ନେଇ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ନେଇ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଡିଜିପିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୭ ଜଣ ବରିଷ୍ଠ ଆଇପିଏସ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ଏଡିଜି ଆର. କେ.ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ଆଶିଷ ସିଂ, ଅନୁପ ସାହୁ,  ଏସ୍.ସାଇନି , ଡିଆଇଜି ବି.ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରାଯାଇଛି । ପୋଲିସ ସେବାକୁ ଅଧିକ ଲୋକାଭିମୁଖୀ ହେବାକୁ ପରାମର୍ଶ ଦିଆଯାଇଛି । ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବାକୁ ଥିବା ନୂଆ ପୋଲିସ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି  । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ହଟିବ । ଏହା ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା , ଭାରତୀୟ ସାକ୍ଷ ଲାଗୁ ହେବ । ଏ ନେଇ ବିଶେଷ ଭାବେ ଏହି ବୈଠକରେ ଆଲୋଚନା କରାଯାଇଛି ।