ଦୁର୍ନୀତି ନିବାରଣ ସଚେତନା ନେଇ ଶପଥ ପାଠ

ଭୁବନେଶ୍ବର: ଦୁର୍ନୀତି ନିବାରଣ ସଚେତନା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୋମବାର ଶପଥପାଠ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ  ପରିସରରେ ବିଭାଗୀୟ ନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ । ପ୍ରତ୍ୟେକ ନାଗରିକ ସଚେତନତା ଓ ଆଇନର ଶାସନକୁ ଅନୁପାଳନ କରିବା ସାଙ୍ଗକୁ ସାଧୁତା ଓ ସ୍ବଚ୍ଛତାର ସହ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ସହ ଉତ୍କୋଚ ନେବା ନାହିଁ କିମ୍ବା ଦେବେ ନାହିଁ ବୋଲି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ ।