IPL 2020: ବଦଳୁଛି ପରମ୍ପରା, ଟସ୍ ହାରି ଆଗୁଆ ବ୍ୟାଟିଂ କରୁଥିବା ଦଳ ଅଧିକ ଜିତୁଛି …

ନୂଆଦିଲ୍ଲୀ :  ଫଟାଫଟ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ମାତ୍ର ୨୦ ଓଭର ମ୍ୟାଚରେ ଚୌକା, ଛକାର ବର୍ଷା । ତେଣୁ ପ୍ରତିପକ୍ଷ ଦଳକୁ ପ୍ରଥମେ ବ୍ୟାଟିଂ ଦେଇ ଫିଲ୍ଡିଂ କରିବାକୁ ଅଧିକାଶଂ ଦଳ ନିଷ୍ପତ୍ତି ନେଉଛନ୍ତି । ଏହା ଦ୍ୱାରା ପ୍ରତିପକ୍ଷ ଦଳର ରନକୁ ଦେଖି ତାହାର ଅନୁଧାବନ କରିବା ସହଜ ବୋଲି ଏକ ଧାରଣା ରହିଛି । ଚଳିତ ଆଇପିଏଲରେ ମଧ୍ୟ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଟସ୍ ଜିତୁଥିବା ପ୍ରତିଟି ଦଳ ପ୍ରଥମେ ବୋଲିଂ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ଏହି ଫର୍ମୁଲା ଯେ ଶତପ୍ରତିଶତ କାର୍ଯ୍ୟ କରୁଛି, ତାହା ପରିସଂଖ୍ୟନ କହୁନାହିଁ ।

IPL 2020 SRH Defeat CSK In 7 Runs

ଏମିତିକି ଟସ ଆସି ପ୍ରଥମେ ବ୍ୟାଟିଂ କରିଥିବା ଦଳ ଭଲ ସ୍କୋର କରି ବିଜୟୀ ହୋଇପାରୁଛି । ଟସ ହାରି ଏକାଧିକ ଦଳ ମ୍ୟାଚ ଜିତି ନେଉଛନ୍ତି । ଗତକାଲିର ମ୍ୟାଚ ବି ସେପରି ହୋଇଥିଲା । କୋହଲି ବାହିନୀ ଟସ ଜିତି ଫିଲ୍ଡି ନେଇଥିଲା । ହେଲେ ପ୍ରତିପକ୍ଷ ଦିଲ୍ଲୀ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଟାର୍ଗେଟକୁ ହାସଲ କରିପାରି ନ ଥିଲା ।

Rohit Sharma

ଚଳିତ ଆଇପିଏଲରେ ହୋଇଥିବା ୧୯ଟି ମ୍ୟାଚ ମଧ୍ୟରୁ ୧୨ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇସାରିଲାଣି । ସେହିପରି ଦ୍ୱିତୀୟ ଥର ବ୍ୟାଟିଂ କରୁଥିବା ଦଳ ୫ ଥର ଜିତିଛି । ୨ଟି ମ୍ୟାଚ ଟାଇରେ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳର ବିଜୟ ପ୍ରତିଶତ ୬୩.୧୫ ରହିଛି । ସେହିପରି ପଛରେ ବ୍ୟାଟିଂ କରୁଥିବା ଦଳର ବିଜୟ ପ୍ରତିଶତ ୨୩.୩୧ ରହୁଛି । ଆଗକୁ ଅନେକ ମ୍ୟାଚ ହେବାକୁ ରହିଛି, ତେଣୁ ଏ ପରିସଂଖ୍ୟନରେ ପରିବର୍ତ୍ତନ ଆସିପାରେ ।

ସେହିପରି ୨୦୧୯ରେ ୫୮ ପ୍ରତିଶତ ମ୍ୟାଚରେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳ ଜିତିଛି ।୨୦୧୮ରେ ୫୩ ପ୍ରତିଶତ ମ୍ୟାଚରେ ଦ୍ୱିତୀୟ ଥର ବ୍ୟାଟିଂ କରୁଥିବା ଦଳ ଜିତିଥିଲା । ସେହିପରି ୨୦୧୭ରେ ମଧ୍ୟ ୫୩ ପ୍ରତିଶତ ମ୍ୟାଚରେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି ।

 

Leave a Reply