spot_img

Latest Posts

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌ ସିଜିନ୍-୧୩

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ ସିଜିନ୍‌-13 ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ ବା ବିସିସିଆଇ ଆଜି ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇଛି। ୨୦୨୦ ଆଇପିଏଲର ୧୩ ତମ ସଂସ୍କରଣ କେବେ ହେବ ସେ ସଂପର୍କରେ ବିସିସିଆଇ ପକ୍ଷରୁ କୈାଣସି ସୂଚନା ଦେଇନାହିଁ। ଆଜିଠାରୁ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‌ ଆରମ୍ଭ ହୋଇଛି। ତେଣୁ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବୋର୍ଡ ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛି। ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଟୁଣ୍ଣାମେଣ୍ଟକୁ ପ୍ରଥମେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା। ଏ ସଂପର୍କରେ ଷ୍ଟେକ ହୋଲଡର, ଲିଗ୍‌ ମେମ୍ବର, କ୍ରୀଡା ମନ୍ତ୍ର।ଳୟ ସମସ୍ତଙ୍କୁ ସୂଚନା ଦେଇଥିଲା। ଏବେ ଆଇପିଏଲ୍‌ ବନ୍ଦ ହେବା ପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବ ବିସିସିଆଇ।। ଏବେ କାହାରି କଣ୍ଟ୍ରାକ୍ଟ ବାତିଲ କରାଯିବ ନାହିଁ ଏବଂ କରୋନାର ପ୍ରକୋପ କମିବା ପରେ ନୂଆ ମ୍ୟାଚ୍‌ ସୂଚୀ ସଂକ୍ରାନ୍ତରେ ବୋର୍ଡର ବୈଠକ ବସି ନିଷ୍ପତ୍ତି ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ  ସଂପାଦକ ଜୟ ଶାହା ଅନ୍ୟ ସଦସ୍ୟଙ୍କ ସହ ଭିଡିଓ କନଫେରେନ୍ସରେ ଆଲୋଚନା କରିଥିଲେ। ବିସିସିଆଇ ଲଗାତର ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ନିର୍ଦ୍ଦେଶନାମା, ଜନସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଏବଂ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ପୂର୍ବରୁ ଭାରତରେ ନିର୍ବାଚନ ସମୟରେ ଆଇପିଏଲ୍‌ ଦୁଇ ଥର ଭାରତ ବାହାରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ଥରେ ଖେଳାଯାଇଥିବା ବେଳେ ଦୁବାଇରେ ମଧ୍ୟ ହୋଇଥିଲା ଆଇପିଏଲ୍‌। ମାତ୍ର ଏଥର ସାରା ବିଶ୍ୱ କରୋନା ପ୍ରଭାବରେ କବଳିତ ଥିବାରୁ ଏହାକୁ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିଙ୍କୁ ବିସିସିଆଇ ପକ୍ଷରୁ ୫୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

Latest Posts

Don't Miss