ଚଳିତ IPLର ପ୍ରଥମ ମ୍ୟାଚ ବାତିଲ ହେବ? ସାମ୍ନାକୁ ଆସିଲା ଏକ ବଡ଼ ସଙ୍କଟ
1 min read
କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜିନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଚାମ୍ପିୟନ କୋଲକତା ନାଇଟ ରାଇଡର୍ସକୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତି ଚଳାଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଓପନିଂ ସେରିମନୀ ପାଇଁ ସମସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଓ ଶ୍ରେୟସ ଘୋଷାଲଙ୍କ ପରି କଳାକାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ । ତେବେ ଆଇପିଏଲର ଉଦଘାଟନୀ ମ୍ୟାଚ ପାଇଁ ମାତ୍ର ଗୋଟିଏ ଦିନରୁ କମ୍ ସମୟ ଥିବାବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଏହି ସିଜିନର ପ୍ରଥମ ମ୍ୟାଚ ସମ୍ପୂର୍ଣ୍ଣ ଭାବେ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି । କାରଣ ମୌସୁମୀ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଭାରତୀୟ ମୌସୁମୀ ବିଭାଗ (IMD) ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗରେ ଝଡ଼ ଓ ବର୍ଷାର ଭବିଷ୍ୟବାଣୀ କରିଛି । ଆଇପିଏଲ ୨୦୨୫ର ପ୍ରଥମ ଦିନ ୨୨ ମାର୍ଚ୍ଚ ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି । ରବିବାର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏକ ରିପୋର୍ଟ ମୁତାବକ, ଶନିବାର ଦିନ କୋଲକତାରେ ବର୍ଷାର ସମ୍ଭାବନା ୭୪ ପ୍ରତିଶତ ରହିଛି । ସେହିପରି ବାଦଲ ଛାଇ ରହିବାର ସମ୍ଭାବନା ୯୭ ପ୍ରତିଶତ ରହିଛି । ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ସେଥିପାଇର୍ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚ ସମୟରେ ଇଡେନ ଗାର୍ଡନ୍ସରେ ଖୁବ୍ ବର୍ଷା ହେବ । ତେଣୁ କୋଲକତା ଓ ବେଙ୍ଗାଲୁରୁ ପର୍ଯ୍ୟପ୍ତ ଓଭର ଖେଳିପାରିବେ କି ନା ତାହା କହିବା ଏବେ ମୁସ୍କିଲ ହୋଇପଡ଼ିଛି ।