spot_img

Latest Posts

କରୋନା ପାଇଁ ଘୁଞ୍ଚିପାରେ ଆଇପିଏଲ୍ ମ୍ୟାଚ୍ !

ମୁମ୍ବାଇ: କରୋନାଭାଇରସ୍ ଭୟ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ପ୍ରଭାବିତ କରିପାରେ । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସଂକ୍ରାମକ ଜୀବାଣୁ ବିସ୍ତାର ଏବଂ ଟି -20 ଲିଗ ଉପରେ ଏହାର ପ୍ରଭାବ ଉପରେ ମନ୍ତବ୍ୟ ଦେଇଛନ୍ତି । ମହାମାରୀ

କରୋନାଭାଇରସ୍ ସାରା ଦେଶରେ ବିସ୍ତାରକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଆଇପିଏଲ୍ ଆୟୋଜନ କରାଯାଇପାରିବ ବୋଲି ଟୋପେ କହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୯ରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳିବାର କାର୍ଯ୍ୟକ୍ରମ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, “ସର୍ବଦା ବିସ୍ତାର ହେବାର ସମ୍ଭାବନା ଥାଏ (ସଂକ୍ରାମକ ରୋଗର) ଯେତେବେଳେ ବହୁ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି … ଏହିପରି (ଆଇପିଏଲ୍) ଇଭେଣ୍ଟ ସବୁବେଳେ ପରେ ସଂଗଠିତ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ତାହା ସରକାରୀ ସର୍କଲରେ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆମେ ଆପଣଙ୍କୁ କହିରଖୁଛୁ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆଇପିଏଲ୍ ର ୨୦୨୦ ସିଜନ୍ ଆରମ୍ଭ ହେବାର ୨୦ଦିନ ପୂର୍ବରୁ ଆସିଛି ।

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଆଇପିଏଲର ଆୟୋଜନ ନିର୍ଦ୍ଧାରିତ ତାରିଖରେ ହେବ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ।

Latest Posts

Don't Miss