ଆଇପିଏଲ୍‌ ବେଟିଂ ଅଭିଯୋଗରେ ୬ ଗିରଫ: ୧ଲକ୍ଷ ୬୦ ହଜାର ଟଙ୍କା ଜବତ

ଦିଗପହଣ୍ଡି: ଆଇପିଏଲ ବେଟିଂ ବେଳେ ପୋଲିସର ଚଢ଼ାଉ । ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୋଲିସ । ବେଟିଂ ମାମଲାରେ ପାଟପୁର ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସହ ୮ଟି ମୋବାଇଲ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମାଶଙ୍କର ସିଂ । ଡେଙ୍ଗାଉସ୍ତା ସିଙ୍ଗିପୁର ରାସ୍ତାର ଏକ କଲଭର୍ଟରେ କିଛି ଯୁବକ ଆଇପିଏଲରେ ବେଟିଂ କରୁଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ସୂଚନା ପାଇ ପାଟପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଛାନବିନ୍ କରୁଛି ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡିର ସୁନା ଝିଅ ସଲୋନୀ: ବାପାଙ୍କ ପାଇଁ କଲେ କିଡ଼ନୀ ଦାନ

 

Leave a Reply