ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬, ଜବତ ହେଲା ଦେଢ ଲକ୍ଷ ଟଙ୍କା

ଗଞ୍ଜାମ: ଆଇପିଏଲ ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ । ଗତକାଲି ପାଟପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲରେ ଆଇପିଇଲରେ ବେଟିଂ କରୁଥିବା ସମୟରେ ଚଢ଼ାଉ କରିଥିଲା ପୋଲିସ ।

ଏହା ଏକ ଅପରାଧିକ କାର୍ଯ୍ୟ ହୋଇଥିବା ସ୍ୱତେ ଆଇପିଏଲକୁ ନେଇ କିଛି ଯୁବକ ଏହି କାର୍ଯ୍ୟ କରୁଥିଲେ  । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏନେଇ ଅବଗତ ହୋଇଥିଲା  । ପରବର୍ତ୍ତୀ ସମୟରେ ସିଧା ସଳଖ ଭାବେ ବେଟିଂ ଆଡ୍ଡାରେ ଚଢାଉ କରିଥିଲା ପାଟପୁର ପୋଲିସ  । ଘଟଣାସ୍ଥଳରେ ୬ ଜଣ ରହିଥିବାବେଳେ ସମସ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ।