spot_img

Latest Posts

ପନ୍ତ ନା ସାମସନ୍, ଦୁଇ ଯୁବ କ୍ୟାପ୍ଟେନଙ୍କ ମଧ୍ୟରୁ କିଏ ମାରିବ ବାଜି?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣର ଗୁରୁବାର ଖେଳାଯିବ ସପ୍ତମ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ଦିଲ୍ଲି କ୍ୟାପିଟାଲ୍ସ ଓ ଚେତନ ସାକାରିଆ। ରାଜସ୍ଥାନ ଟିମ୍ ପ୍ରଥମ ପରାଜୟ ପରେ ଆଜି ବିଜୟ ଟାଇଟଲ ନିଜ ନାଁରେ କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ବିଜୟୀ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ  ମଧ୍ୟ ନିଜର ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

ରାଜସ୍ଥାନ ଦଳର ଷ୍ଟାର ଖେଳାଳୀ ବେନ ଷ୍ଟୋକ୍ସସ ଆଇପିଏଲରୁ ବାହାରିବା ପରେ କ୍ୟାପ୍ଟେନ ସଞ୍ଜୁ ସାମସନଙ୍କୁ ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିଆମରେ ଖେଳାଯିବ ଏହି ମ୍ୟାଚ୍ । ତେବେ ପନ୍ତ ନା ସାମସନ୍ ଦୁଇ ଯୁବ କ୍ୟାପ୍ଟେନଙ୍କ ମଧ୍ୟରୁ କିଏ ମାରିବ ବାଜି?

କ’ଣ କହୁଛି ରେକର୍ଡ଼: ଆଇପିଏଲ ରେକର୍ଡ଼ ମୁତାବକ ରାଜସ୍ଥାନ ରୟାଲ୍ସ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏପର୍ଯ୍ୟନ୍ତ ୨୨ଟି ମ୍ୟାଚ୍ ହୋଇଛି। ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଗତ ୫ଟି ମ୍ୟାଚ୍‌ରେ ଦିଲ୍ଲୀ ଅଗ୍ରଣୀ ହାସଲ କରିଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶେଷ ପାଞ୍ଚଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଜିତିଛି।

ଗତ ମ୍ୟାଚରେ ପଞ୍ଜାବ ଦେଇଥିବା ୨୨୨ ରନ ଲକ୍ଷ ପିଛା କରି ରାଜସ୍ଥାନ ଦଳର କ୍ୟାପ୍ଟେନ ସଞ୍ଜୁ ସାମସନ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ଓ ପ୍ରଥମ ମ୍ୟାଚରେ ହିଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ବି ମାରିଥିଲେ । ତଥାପି ଦଳକୁ ସେ ଜିତାଇ ପାରି ନଥିଲେ। ଜିତୁଥିବା ମ୍ୟାଚ୍ କୁ ହାରିଯିବା ପରେ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ତେବେ ଆଜି ଦଳ ପୁଣିଥରେ ଏକ ଭଲ କମବ୍ୟାକ କରିବ ବୋଲି ଆଶା କରାଯାଉଛି ।

ମିଡିଲ ଅଡର ଉପରେ ଗୁରୁତ୍ୱ: ଆହତ ହେବା ଯୋଗୁ ବେନ୍ ଷ୍ଟୋକ୍ସ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତେବେ ତାଙ୍କ ଅନୁପସ୍ଥିତିରେ ଜୋସ ବଟଲର, ଶିଭମ ଦୁବେ ଓ ରିୟାନ ପରାଗଙ୍କ ଉପରେ ଭଲ ପ୍ରଦର୍ଶନ ଓ ସ୍କୋର କରିବାରେ କ୍ୟାପ୍ଟେନକୁ ସହଯୋଗ କରିବାର ଚାପ ରହିବ। ଅନ୍ୟପଟେ ଦଳର ସବୁଠୁ ବଡ଼ ସମସ୍ୟା ହେଉଛି ବୋଲିଂ। ଗତ ମ୍ୟାଚରେ ବି ଦଳର ବୋଲିଂ ଭଲ ନଥିଲା। କେବଳ ନିଜର ଡେବ୍ୟୁ ଆଇପିଏଲ ମ୍ୟାଚରେ ମାତ୍ର ୩୧ ରନ ଦେଇ ୩ଟି ୱିକେଟ ହାତେଇଥିବା ଦ୍ରୁତ ବୋଲର୍ ଚେତନ ସାକାରିୟାଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ନଥିଲେ।  ତେବେ ଯି ଦଳ ମ୍ୟାଚ ଜିତିବାକୁ ଚାହୁଁଛି ତେବେ ଆଜି ବ୍ୟାଟିଂ ସହ ବୋଲିଂରେ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଦିଲ୍ଲୀ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛି।

ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ୱିକେଟକିପର କ୍ୟାପ୍ଟେନ), ଲିଆମ୍ ଲିଭିଙ୍ଗଷ୍ଟୋନ୍ / ଡେଭିଡ ମିଲର, ଶିବମ ଦୁବେ, ରାହୁଲ ତେୱତିଆ, ରିୟାନ ପାରାଗ, କ୍ରିସ ମୋରିସ, ଶ୍ରେୟସ ଗୋପାଳ, ମୁସ୍ତାଫିଜୁର ରହମାନ, ଚେତନ ସାକରିୟା।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ, ପୃଥ୍ୱୀ ଶ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(ୱିକେଟକିପର କ୍ୟାପ୍ଟେନ), ମର୍କସ ଷ୍ଟୋଇନିସ୍, ଶିମରନ୍ ହେଟମେୟର୍, କ୍ରିଶ୍ ୱକ୍ସ, ଟମ୍ କରନ/ କାଗିଲୋ ରବାଡ଼ା, ରଭିଚନ୍ଦ୍ର ଅଶ୍ୱିନ, ଅମିତ ମିଶ୍ର, ଅଭେଶ୍ ଖାନ୍

Latest Posts

Don't Miss