IPL ୨୦୨୫ର ତାରିଖ ଘୋଷଣା: ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ମୁକାବିଲା
1 min readନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ସିଜିନର ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୨୩ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ବାର୍ଷିକ ସାଧାରଣ ବୈଠକ (AGM)ରେ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏ ବାବଦରେର ଆଜି ଖୁଲାସା କରିଛନ୍ତି । ଏଥିସହିତ ବୈଠକରେ ଆହୁରି କିଛି ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି । କୋଷାଧ୍ୟକ୍ଷ ଓ ସଚିବ ଚୟନ କରିବା ମିଟିଂର ଏକ ବଡ଼ ପ୍ରସଙ୍ଗ ଥିଲା । ମହିଳା ପ୍ରିମିୟର ଲିଗ (WPL)ର ଭେନ୍ୟୁ ମଧ୍ୟ ସ୍ପଷ୍ଟ ହୋଇଛି । ଆଇପିଏଲ କମିଶନରଙ୍କ ନିଯୁକ୍ତି ୧ ବର୍ଷ ପାଇଁ କରାଯାଇଛି ବୋଲି ଶ୍ରୀ ଶୁକ୍ଲା କହିଛନ୍ତ ।
ଦେବଜିତ ସୌକିୟା ବିସିସିଆଇର ନୂଆ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ପ୍ରଭତେଜ ସିଂହ ଭାଟିୟା କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଏହି ଦୁହିଁଙ୍କ ନିଯୁକ୍ତି ନିର୍ବିରୋଧରେ ହୋଇଥିଲା । ଜୟ ଶାହ ଗତବର୍ଷ ଡିସେମ୍ବର ୧ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ସୌକିୟା ବିସିସିଆଇର ଅନ୍ତରୀଣ ସଚିବ ଭାବେ କାମ କରୁଥିଲେ । ଏବେ ସୌକିୟା ପୂର୍ଣ୍ଣକାଳୀନ ଦାୟିତ୍ବ ସମ୍ଭାଳିବେ ।