IPL 2023: ଆସିଲା ଆଇପିଏଲ୍ ସେଡ୍ୟୁଲ୍, ଜାଣନ୍ତୁ କେଉଁ ଦିନ, କିଏ ଭେଟିବ କାହାକୁ?

1 min read

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ୨୦୨୩ର ପୂରା ମ୍ୟାଚ୍ ସୂଚୀ ଜାରି ହୋଇଛି । ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ଆଇପିଏଲ୍ ମାର୍ଚ୍ଚ ୩୧ରୁ ଖେଳାଯିବ । ଚଳିତ ଥର ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ମଧ୍ୟରେ ମୋଟ୍ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ମେ ୨୧ରେ ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ହେବ ।

ଆଇପିଏଲର ଉଦଘାଟନୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।  ସେହିପରି ଫାଇନାଲ୍ ମ୍ୟାଚ୍ ମେ ୨୮ରେ ଖେଳାଯିବ ।

ଚଳିତ ଥର ଦର୍ଶକ ମାନେ ୧୮ଟି ଡବଲ୍ ହେଡର ଦେଖିବାକୁ ପାଇବେ । ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ ।

ଆଇପିଏଲ୍ 2023 ର ପ୍ରଥମ ୫ ମ୍ୟାଚ୍

ଚେନ୍ନାଇ ସୁପର କିଙ୍ଗସ୍ ବନାମ ଗୁଜୁରାଟ ଟାଇଟାନ୍ସ- ମାର୍ଚ୍ଚ ୩୧

ପଞ୍ଜାବ କିଙ୍ଗସ୍ ବନାମ କୋଲକାତା ନାଇଟ୍ ରାଇଡର୍ସ- ଏପ୍ରିଲ୍ ୧

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ- ଏପ୍ରିଲ୍ ୧

ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ- ଏପ୍ରିଲ୍ ୨

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ- ଏପ୍ରିଲ ୨

 ସମସ୍ତ ୧୦ ଟିମକୁ ଗ୍ରୁପ୍ ଷ୍ଟେଜରେ ୧୪-୧୪ ମ୍ୟାଚ୍ ଖେଳିବାକୁ ପଡିବ

ସମସ୍ତ ୧୦ଟି ଦଳକୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ଗ୍ରୁପ୍ ଷ୍ଟେଜରେ ୧୪-୧୪ ମ୍ୟାଚ୍ ଖେଳିବେ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ ୭ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ବାକି ୭ଟି ମ୍ୟାଚ୍ ବିପକ୍ଷ ଦଳଙ୍କ ମାଟିରେ ଖେଳିବେ ।

ଆଇପିଏଲ୍ 2023 ଗ୍ରୁପ୍

ଗ୍ରୁପ୍-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ଗ୍ରୁପ୍-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ

ଆଇପିଏଲ୍ 2023 ରେ ୧୨ଟି ସ୍ଥାନରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ । ଏଥର ଗୌହାଟି, ଧର୍ମଶାଳାକୁ ମଧ୍ୟ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାର ସୁଯୋଗ ମିଳିଛି । ଏଥର ମ୍ୟାଚ୍ ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟି, ଧର୍ମଶାଳା ଷ୍ଟାଡିୟମରେ ଖେଳାଯିବ।