IPL 2021: ସନରାଇଜର୍ସର ଜଣେ ଖେଳାଳି ପଜିଟିଭ୍, ଆଇସୋଲେସନରେ ୬ ସଦସ୍ୟ
1 min readଦୁବାଇ: ଦୀର୍ଘ ସମୟର ବ୍ୟବଧ୍ୟାନ ପରେ ୟୁଏଇରେ ଖେଳାଯାଉଛି ଆଇପିଏଲ୍ । ବଳକା ମ୍ୟାଚ ଆରମ୍ଭର ଚତୁର୍ଥ ଦିନରେ ଚିନ୍ତାଜନକ ଖବର ଆସିଛି । ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଯାହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।
ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ଦଳର ପେସ୍ ବୋଲର ଟି. ନଟରାଜନ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ତେବେ ଆଜିର ମ୍ୟାଚ୍ ଏହାଦ୍ୱାର ପ୍ରଭାବିତ ହେବ ନାହିଁ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।
NEWS – Sunrisers Hyderabad player tests positive; six close contacts isolated.
More details here – https://t.co/sZnEBj13Vn #VIVOIPL
— IndianPremierLeague (@IPL) September 22, 2021
ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଆରଟି-ପିସିଆର୍ ଟେଷ୍ଟରେ ଟି.ନଟରାଜନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେଟ୍ କରାଯାଇଛି ।
ଆଇସୋଲେସନରେ ଦଳରେ ଖେଳାଳି ବିଜୟ ଶଙ୍କର, ବିଜୟ କୁମାର (ଟିମ୍ ମ୍ୟାନେଜର), ଶ୍ୟାମ ସୁନ୍ଦର (ଫିଜିୟୋ), ଅଞ୍ଜନା ବନ୍ନନ (ଡକ୍ଟର), ତୁଷାର ଖେଡକର (ଲଜିଷ୍ଟିକ ମ୍ୟାନେଜର), ପିଏ. ଗଣେଶନ (ନେଟ୍ ବୋଲର) ଆଇସୋଲେସନରେ ଅଛନ୍ତି । ଟିମର ଅନ୍ୟ ସମସ୍ତ ସଦସ୍ୟଙ୍କ ନମୁନା କରୋନା ନେଗେଟିଭ୍ ଆସିଛି ।