IPL 2021: ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଶ୍ରେୟସ୍ ; ପନ୍ତ ହେଲେ ନୂଆ ଅଧିନାୟକ

1 min read

ନୂଆଦିଲ୍ଲୀ: ଆଇପିଏଲର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର ଏଥର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି।  ଶ୍ରେୟସ ଆହତ ହୋଇଥିବାରୁ ଏଥର ସେ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତେବେ ତାଙ୍କ ସ୍ଥାନରେ  ଭାରତୀୟ କ୍ରିକେଟ ଟିମର ଯୁବ ୱିକେଟକିର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମିଳିଛି ଅଧିନାୟକତ୍ୱର ଦାୟିତ୍ୱ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଫିଲ୍ଡିଂ ବେଳେ ଜନି ବେୟାରଷ୍ଟୋଙ୍କ ଏକ ଶଟକୁ ରୋକିବାବେଳେ ଆୟରଙ୍କ କାନ୍ଧରେ ଲାଗିଥିଲା ଆଘାତ। ଏପ୍ରିଲ ୮ ତାରିଖରେ ତାଙ୍କର ଅପରେସନ୍ ହେବ। ଆଉ ଅପରେଶନ ପରେ ଅନ୍ତତଃ ଚାରି ମାସ କ୍ରିକେଟ ଠାରୁ ଦୂରରେ ରହିବେ ଆୟର।

କ୍ୟାପଟେନ୍ ହେବାପରେ ପନ୍ତ କହିଛନ୍ତି ଯେ ତାଙ୍କ ସ୍ୱପ୍ନ ପୁରା ହୋଇଯାଇଛି। ସେ କହିଛନ୍ତି ଯେ ଆଗରୁ ହିଁ ଟିମର କ୍ୟାପଟେନ ହେବାକୁ ଚାହୁଁଥିଲେ। ଆୟର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଏହି ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି। ଏହି ପଦବୀ ପାଇଁ ପନ୍ତ ବେଷ୍ଟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟସ ଆୟରଙ୍କ କ୍ୟାପିଟେନ୍ସିରେ ଦମଦାର ଖେଳ ପ୍ରଦର୍ଶନ କରିଛି। ଗତ ସିଜନରେ ଫାଇନାଲ ଖେଳିବା ଯାଏଁ ଏହି ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ତ୍ୱରେ ଟିମର ପ୍ରଦର୍ଶନ ବେଶ୍ ଜବରଦସ୍ତ ଥିଲା। ଗତ ଦୁଇ ବର୍ଷରେ ଶ୍ରେୟସଙ୍କ କ୍ୟାପିଟେନ୍ସିରେ ଟିମ୍ ବହୁତ ଉନ୍ନତି କରିଛି। ବର୍ତ୍ତମାନ ଶ୍ରେୟସଙ୍କ ଅନୁପସ୍ଥିତିରେ ଟିମର ଦାୟିତ୍ୱ ଋଷଭଙ୍କ କାନ୍ଧରେ ରହିଛି।

 

 

Leave a Reply