ପଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

1 min read
IPL 2021 Punjab Kings Vs Rajsthan Royals

ଦୁବାଇ: ଆଇପିଏଲ୍-୨୦୨୧ର ୩୨ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ରାଜସ୍ଥାନ ରୟାଲ୍ସ । ୫.୩ ଓଭରରେ ୫୪ ରନ୍ ହୋଇଥିବା ବେଳେ ପ୍ୟାଭିଲିୟନ୍ ଫେରିଥିଲେ ଇଭିନ ଲୁୱିସ । ତାପରେ ୭.୧ ଓଭରରେ ସଞ୍ଜୁ ସାମସନ ଆଉଟ୍ ହୋଇଥିଲେ । ଏମିତି ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିଥିଲା ।

IPL 2021 Punjab Kings Vs Rajsthan Royals

ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ରୟାଲ୍ସ ସମସ୍ତ ୱିକେଟ୍ ହରାଇ ୧୮୫ ରନ୍ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ୟଶ୍ୱସୀ ଜୈଶୱାଲ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଇଭିନ ଲୁୱିସ ୩୬, ମହିପାଲ ଲୋମରର ୪୩, ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ୍ କରିଛନ୍ତି ।

ସେହିଭଳି ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇ ୩୨ ରନ୍ ଦେଇଛନ୍ତି । ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ଇଶାନ ପରେଲ ଓ ହରପ୍ରୀତ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୬ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସ ।

Leave a Reply