IPL 2021: କୋଲକାତାର ଅଧା ରନରେ ଅଟକିଲା ରାଜସ୍ଥାନ

ସାରଜାହ: ଚମତ୍କାର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ  । ଗୁରୁବାର ଖେଳାଯାଇଥିବା ୫୪ତମ ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ରାଜସ୍ଥାନ ରୟାଲର୍ସ  । ପ୍ରଥମ ୨୦ ଓଭରରେ କୋଲକତା ନାଇଟ ରାଇଡର୍ସ ୪ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା  । କିନ୍ତୁ ଏହାର ପିଛା କରୁଥିବା ରାଜସ୍ଥାନ ଅଧା ରନରେ ହିଁ ଅଟକି ଯାଇଥିଲା  ।

ନିର୍ଦ୍ଧାରିତ  ଓଭରରେ ୧୭୨ ରନର ପିଛା କରୁଥିବା ରାଜସ୍ଥାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟସ୍ଥ ହୋଇପଡିଥିବା ଦେଖିବାକୁ ମିଳିଥିଲା  । ରାଜସ୍ଥାନ ପକ୍ଷରୁ ଓପନର ଜୈଶାଲ କୈଣସି ରନ ସଂଗ୍ରହ ନକରି ପ୍ୟାଭିଲିୟନ ଫେରିଥିଲେ  । ୧.୧ ଓଭରରେ ଦଳୀୟ ସ୍କୋର ମାତ୍ର ୧ ରନ୍ ହୋଇଥିଲା ଏବଂ ଏହି ସମୟରେ ହିଁ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଆଉଟ ହୋଇଥିଲେ  ।

୩.୪ ଓଭରରେ ଆହୁରି ବିପର୍ଯ୍ୟସ୍ଥ ହୋଇପଡିଥିଲା ରାଜସ୍ଥାନର ବ୍ୟାଟିଂ  । ଦଳୀୟ ସ୍କୋର ଯେତେବେଳେ ୧୩ ହୋଇଥିଲା ସେହି ସମୟରେ ଦଳ ୪ ବ୍ୟାଟ୍ସମ୍ୟାନକୁ ହରାଇଥିଲା  । ସସ୍ପମ ଓଭରରେ ଦଳୀୟ ସ୍କୋର ୩୫ ରହିଥିବା ବେଳେ ଆହୁରି ୨ ଜଡଣଙ୍କ ୱିକେଟ ପତନ ଘଟିଥିଲା  । ଏହିପରି ଭାବରେ ଦଳ ମାତ୍ର ୧୬. ୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୫ ରନ୍ ସଂଗ୍ରହ କରିଥିଲା  ।

Leave a Reply