IPL 2021: ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କୋଲକାତା ୬ଓ୍ୱିକେଟରେ ବିଜୟୀ

ଦୁବାଇ: ରବିବାର ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌କୁ ୬ ଓ୍ୱିକେଟରେ ଜିିତିନେଇଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମ ପାଳିରେ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ମାତ୍ର ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଜବାବରେ କୋଲକାତା ୧୯.୪ ଓଭରରେ ୪ ୱିକେଟ ହରାଇ ୧୧୯ ରନ୍‌ କରି ବିଜୟ ହାସଲ କରିଛି । ଶୁବମାନ ଗିଲ ୫୧ ବଲରେ ୫୭ ରନ୍‌ କରିଥିବା ବେଳେ ନୀତୀଶ ରାଣା ୩୩ ବଲରେ ୨୫ ରନ୍‌ କରିଥିଲେ । ଶେଷରେ ଦିନେଶ କାର୍ତ୍ତିକ ୧୨ ବଲରେ ୧୮ ରନ୍‌ କରି କୋଲକାତାକୁ ବିଜୟୀ କରାଇଥିଲେ । କୋଲକାତା ଏହି ବିଜୟ ସହ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମରେ ରହିଛି ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହୋଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ୍‌ ଟସ୍‌ ଜିଣି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଇନିଂସ ଆରମ୍ଭରୁ ହାଇଦ୍ରାବାଦ୍‌ର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ମାତ୍ର ଏକ ରନ୍‌ରେ ଓପନର ଋଦ୍ଧିମାନ ଶାହା ବିନା କୌଣସି ରନ୍‌ କରି ପେଭିଲିୟନ୍‌ ଫେରିଯାଇଥିଲେ । ସେହିପରି ସ୍କୋର ୧୬ ରନ୍‌ ଥିବା ବେଳେ ଅଧିନାୟକ ଓ୍ଵିଲିୟମ୍‌ସନ୍‌ (୨୬) ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ। ଜସନ ରୟ ୧୩ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍‌ କରିଥିଲେ। ହାଇଦ୍ରାବାଦର ସ୍କୋର ୫୧ ରନ୍‌ ବେଳକୁ ଆଗଧାଡ଼ିର ୪ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ହରାଇ ସାରିଥିଲା। କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୧୫ ରନ୍‌ କରିଥିଲା ଫଳରେ କୋଲକାତାକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

May be an image of 1 person and text

 

Leave a Reply