spot_img

Latest Posts

IPL 2021: ଆରସିବି ବିପକ୍ଷ ମ୍ୟାଚ୍‌ରେ ୬ ଓ୍ୱିକେଟରେ ଚେନ୍ନାଇ ବିଜୟୀ

ସାର୍‌ଜା: ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ରେ ୬ ଓ୍ୱିକେଟରେ ବିଜୟୀ ହୋଇଛି ଚେନ୍ନାଇ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୧୮ ଓଭରରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିପାରିଛି । ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଯାହା ସହଜରେ ହାସଲ କରିପାରିଛି ଚେନ୍ନାଇ । ଦଳ ପକ୍ଷରୁ ଋତୁରାଜ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଫାପ୍ ଡୁ ପ୍ଳେସିସ୍ ୩୧ ରନ୍, ଅମ୍ୱାତି ରାଇଡୁ ୩୨ ଓ ମୋଇନ ଅଲ୍ଲୀ ୨୩ ରନ୍ କରିଛନ୍ତି ।

ପ୍ରଥମ ବ୍ୟାଟିଂ କରିବାକୁ ଆସିଥିବା ଆରସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି, ଯୁବ କ୍ରିକେଟ୍‌ର ଦେବଦତ୍ତ ପଡ଼ିକଲଙ୍କ ସହିତ ଇନିଂସ ଆରମ୍ଭ କରିଥିଲେ। ୧୩ ଓଭର ଯାଏଁ ଉଭୟ ଓପନର ଭଲ ସ୍କୋର କରିଥିଲେ। କିନ୍ତୁ ପରେ ଦଳର ସ୍କୋର ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ବିରାଟ କୋହଲି ୪୧ଟି ବଲ ଖେଳି ୫୩ ରନ୍‌ ସଂଗ୍ରହ କରିଥିବା ବେଳେ ଦେବଦତ୍ତ ୭୦ ରନ୍‌ କରିଥିଲେ। ଦେବଦତ୍ତଙ୍କ ଏହି ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଏବି ଡିଭିଲିୟର୍ସ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ ରନ୍‌ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୯ଟି ବଲ ଖେଳି ୧୧ ରନ୍‌ କରିଥିଲେ। ଟିମ୍‌ ଡେଭିଡ ୧ ରନ୍‌, ହର୍ସଲ ପଟେଲ୍‌ ୩ ରନ୍‌ ଓ ଓ୍ଵାନିନ୍ଦୁ ହସରଙ୍ଗା ୧ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ଡେ୍ଵନ୍‌ ବ୍ରାଭୋ ବ୍ରାଭୋଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ ମିଳିଥିଲା। ଶାର୍ଦ୍ଦୁଲ ଠାକୁର ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଦୀପକ ଚାହର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

Image

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

 

Latest Posts

Don't Miss