IPL 2021: ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ: ଶେଷ ବଲ୍‌ରେ ଚେନ୍ନାଇ ବିଜୟୀ

ଆବୁଧାବି: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍‌ରେ ୨ ଓ୍ୱିକେଟରେ ବିଜୟୀ ହୋଇଛି ଚେନ୍ନାଇ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ  ଧୂଆଁଧାର ୨୨(୮ବଲ୍‌) ରନ୍‌ ବଳରେ ଏହି ବିଜୟ ହାସଲ କରିପାରିଛି ଚେନ୍ନାଇ । ଏହି ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ।

୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇ ଥିବା ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଋତୁରାଜ ଓ ଡୁପ୍ଳେସିସ୍ ପ୍ରଥମ ଓ୍ୱିକେଟ ପାଇଁ ୭୪ ହାସଲ କରିଥିଲେ । ଋତୁରାଜ ୪୦ (୨୮ ବଲ୍) ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିବା ବେଳେ ଡୁପ୍ଳେସିସ୍ ୪୪(୩୦ ବଲ୍)ରନ୍‌ କରି ଫେଭିଲିୟନ୍ ଫେରିଥିଲେ । ତାଙ୍କ ପଛକୁ ମୋଇନ୍ ଅଲୀ ୨୮ ବଲରେ ୩୨ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ମିଡଲ୍ ଅର୍ଡର ବ୍ୟାଟର୍ସ ନିରାଶ କରିଥିଲେ। ଅମ୍ବାତି ରାୟୁଡୁ (୯), ସୁରେଶ ରାଇନା (୧୧) ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି (୧)ଙ୍କ ୱିକେଟ୍ ପତନ ଦ୍ୱାରା ଚେନ୍ନାଇ ବ୍ୟାକଫୁଟକୁ ଚାଲିଥିଲା। ବିଶେଷକରି ଧୋନିଙ୍କୁ କ୍ଲିନ୍ ବୋଲ୍ଡ କରି ବରୁଣ ଚକ୍ରବର୍ତ୍ତୀ ମ୍ୟାଚକୁ କେକେଆର୍ ସପକ୍ଷରେ କରିଥିଲେ। ଧୋନିଙ୍କ ଆଉଟ୍ ପରେ ଚେନ୍ନାଇକୁ ଶେଷ ୨ ଓଭରରେ ୨୬ ରନ୍ ଦରକାର ଥିଲା। ଏହି ସମୟରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରସିଦ୍ଧ କ୍ରିଷ୍ଣଙ୍କୁ ୧୯ତମ ଓଭରରେ ୨୨ ରନ୍ ସଂଗ୍ରହ କରିଥିଲେ  । ଚେନ୍ନାଇକୁ ୩ ବଲରେ ୧ ରନ୍ ଦରକାର ଥିଲା ବେଳେ ଜାଡେଜା ଚତୁର୍ଥ ବଲ୍ ଡଟ୍ ଖେଳିଥିବା ବେଳେ ପଞ୍ଚମ ବଲରେ ଆଉଟ୍ ହୋଇଥିଲେ। ତେବେ ଶେଷ ବଲରେ ଦୀପକ ଚହର୍ ୧ ରନ୍ ନେଇ ଚେନ୍ନାଇକୁ ଜିତାଇଥିଲେ।

Leave a Reply