ଆଫଗାନିସ୍ତାନରେ IPLର ପ୍ରସାରଣ ଉପରେ କଟକଣା ଲଗାଇଲା ତାଲିବାନ: କହିଲା ଏଭଳି କଥା…

1 min read

କାବୁଲ: ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇସାରିଛି । ଭାରତ ସମେତ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହାର କ୍ରେଜ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁ ଦେଶରେ ଏହାର ସିଧାପ୍ରସାରଣ ହେଉଛି । ତେବେ ଏହାରି ମଧ୍ୟରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଆଇପିଏଲ୍‌ର ସିଧାପ୍ରସାରଣ ନେଇ  କଟକଣା ଜାରି କରାଯାଇଛି ।

କ୍ଷମତା ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ ଆରମ୍ଭ ହୋଇଯାଇଛି । ମନୋରଞ୍ଜନର ଅଧିକାଂଶ ସାଧନ ଉପରେ ଏବେ ପ୍ରତିବନ୍ଧକ ଲାଗୁକରିଛି ତାଲିବାନ । ଆଇପିଏଲ୍ ମଧ୍ୟ ଏହି ନିୟମରୁ ଅଛୁଆଁ ନୁହଁ । ଗୋଟିଏ ପଟେ ତାଲିମାନ ନିଜକୁ କ୍ରିକେଟର ଆମ୍ୱାସେଡର ଭାବେ ଅଭିହିତ କରିଥିବା ବେଳେ ଏହି ପ୍ରତିଯୋଗିତାରେ ନିୟର ଗର୍ଲଙ୍କ ନୃତ୍ୟ ପରିବେଷଣ ନେଇ ଆପତ୍ତି ପ୍ରକାଶ କରିଛି । ଏଥିସହିତ ମହିଳାମାନେ ଏହି ପ୍ରତିଯୋଗିତାରେ ବିନା ଚୁଟ ଘୋଡ଼ାଇ ମ୍ୟାଚ୍ ଦେଖିବାକୁ ପହଞ୍ଚୁଥିବାରୁ ଏହାକୁ ଇସଲାମ ବିରୋଧୀ ବୋଲି କହିଛି ତାଲିବାନ । ଏଣୁ ଆଫଗାନିସ୍ତାନରେ ଏହାର ପ୍ରସାରଣ ଉପରେ ରୋକ ଲଗାଇଛି ।

ସମ୍ପ୍ରତି ଆଫଗାନିସ୍ତାନରେ ମହିଳାମାନଙ୍କୁ କୌଣସି ପ୍ରକାରର କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ । ଯେତେବେଳେ କି ପୁରୁଷମାନଙ୍କ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ଆଫଗାନିସ୍ତାନର ନୂଆ ଡାଇରେକ୍ଟର ଜେନେରାଲ ଅଫ୍ ସ୍ପୋର୍ଶ ବାରିସ ଅହମ୍ମଦ ଋସ୍ତମଜୟଙ୍କୁ ଭବିଷ୍ୟତରେ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ପ୍ରଶ୍ନ କରାଯିବାରୁ ଏ ସମ୍ପର୍କରେ ସେ କୌଣସି ଉତ୍ତର ରଖିନଥିଲେ ।

ଏଥିସହିତ ପଢ଼ନ୍ତୁ: IPL 2021: ଆଜି ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

Leave a Reply