spot_img

Latest Posts

ଆଇପିଏଲର ୫ ଖେଳାଳି; ଯିଏ ଅଧାରୁ ଛାଡ଼ିପାରନ୍ତି ଦଳ

ଆଉମାତ୍ର ଦିନ କେଇଟା ପରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ଆଇପିଏଲ୍ ୨୦୨୧।  ଚଉଦତମ ସଂସ୍କରଣର ପ୍ରଥମ ମହାମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର୍। ଏପ୍ରିଲ ୯ରେ ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍।

ଆଉମାତ୍ର ୫ ଦିନପରେ ଆରମ୍ଭ ହେବ ଆଇପିଏଲ୍ । ହେଲେ ଏବେ ବି କିଛି ଖେଳାଳିଙ୍କର ପୂରା ସିଜିନରେ ଖେଳିବା ନିଶ୍ଚିତ ହୋଇନାହିଁ। ଏହି ଖେଳାଳିମାନେ ସିଜିନ ମଝିରେ ହିଁ ଛାଡ଼ିପାରନ୍ତି ଦଳ। ତେବେ ଆଜି ଆମେ ଆପଣଙ୍କୁ ଏମିତି ୫ ଖେଳାଳିଙ୍କ ବିଷୟରେ କହିବୁ

କେନ୍ ୱିଲିୟମସନ: ସନରାଇଜର୍ସ ହାଇଦ୍ରାବାଦର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି କେନ୍ ୱିଲିୟମସନ । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କ ପାଇଁ ଏହି ସିଜିନର ସମସ୍ତ ମ୍ୟାଚ୍ ଖେଳିବା କଷ୍ଟକର । ସେ ଅଧାରୁ ଛାଡିପାରନ୍ତି ଦଳ  । ଆଉ ଏହା ପଛର କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଜୁନ୍ ୨ ରୁ ହେବାକୁ ଥିବା ଟେଷ୍ଟ ସିରିଜ୍। ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨ ଜୁନ୍ ଠାରୁ ଲର୍ଡସରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍।

ତେବେ ୨୫ ମେ ରୁ ୩୦ ମେ ମଧ୍ୟରେ ଖେଳାଯିବ ଆଇପିଏଲ୍ ପ୍ଲେ ଅଫ୍ । ସେହିଭଳି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ମେ ୨୩ ରେ ଶେଷ ହେବ। ତେଣୁ ଏହା ସମ୍ଭବ ଯେ କେନ୍ ୱିଲିୟମ୍ସନ୍ ଜାତୀୟ ଦଳରେ ଯୋଗଦେବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଛାଡିପାରନ୍ତି।

ଟ୍ରେଣ୍ଟ ବୋଲ୍ଟ: ନ୍ୟୁଜିଲାଣ୍ଡର ଷ୍ଟାର ବୋଲର୍  ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳିବେ । ଗତ ସିଜିନରେ ସେ ୧୫ଟି ମ୍ୟାଚ୍ ଖେଳିଥିଲେ ଓ ହାସଲ କକରିଥିଲେ ୨୫ ୱିକେଟ୍ । ତେବେ ଏଥର ଟିମରେ ଲସିଥ୍ ମାଲିଙ୍ଗା ନଥିବାରୁ ବୋଲ୍ଟଙ୍କ କାନ୍ଧରେ ରହିଛି ଗୁରୁ ଦାୟିତ୍ୱ। କିନ୍ତୁ କେନ ୱିଲିୟମସନଙ୍କ ପରି ବୋଲ୍ଟ ବି ଅଧାରୁ ଛାଡ଼ିପାରନ୍ତି ଆଇପିଏଲ । ୨ ଜୁନରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ବୋଲ୍ଟଙ୍କୁ ଯିବାକୁ ପଡ଼ିପାରେ ଇଂଲଣ୍ଡ। ବୋଲ୍ଟ ନ୍ୟୁଜିଲ୍ୟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଖେଳାଳି । ସେ ଭାରତ ବିପକ୍ଷରେ ହେବାକୁ ଥିବା ୱାର୍ଲଡ ଟେଷ୍ଟ ଚାମ୍ପିୟନ୍ସିପ ଫାଇନାଲରେ ବି ଖେଳିବେ।

କାଇଲ ଜେମଶନ୍: ନ୍ୟୁଜିଲ୍ୟାଣ୍ଡର ଏହି  ଧୁଆଁଦାର ବୋଲର କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋରରେ ଖେଳିବେ। ତାଙ୍କୁ ୧୫ କୋଟିରେ କିଣିଛି ଆରସିବି। ହେଲେ ଟ୍ରେଣ୍ଟ ବୋଲ୍ଟ ଭଳି ଜୋମିସନ ବି ନ୍ୟୁଜିଲ୍ୟାଣ୍ଡର  ଗୁରୁତ୍ୱପୂର୍ଣ୍ଣ ଖେଳାଳୀ । ତେଣୁ ତାଙ୍କୁ ବି ଇଂଲଣ୍ଡ ବିପକ୍ଷ  ସିରିଜ ପାଇଁ ଅଧାରୁ ଛାଡ଼ିବାକୁ ପଡ଼ିପାରେ  ଆଇପିଏଲ୍।

ମୁସ୍ତାଫିଜୁର ରହମାନ: ବାଂଲାଦେଶ ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଏଥର ଆଇପିଏଲରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ। ତାଙ୍କୁ ୧ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ। ହେଲେ ମେ ମାସରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଏବଂ ODI ସିରିଜ୍ ଖେଳିବ ବାଂଲାଦେଶ। ମୁସ୍ତାଫିଜୁର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପାଇଁ ଆଇପିଏଲଠାରୁ ଦେଶ ଆଗରେ। ଯଦି ଟିମରେ ତାଙ୍କ ଚୟନ ହୁଏ ତେବେ ସେ ଆଇପିଏଲ୍ ଛାଡ଼ିଦେବେ। ତେବେ ଏଭଳି ପରିସ୍ଥିତିରେ ସେ ମଧ୍ୟ ଅଧାରୁ ରାଜସ୍ଥାନ ରୟାଲ୍ସର ହାତ ଛାଡ଼ିପାରନ୍ତି ।

କାଗିସୋ ରବାଡ଼ା: ଦକ୍ଷିଣ ଆଫ୍ରିକାର ସୁପରଫାଷ୍ଟ ବୋଲର୍ କାଗିସୋ ରବାଡ଼ା ଏଥର ବି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ । ଗତ ସିଜିନରେ ତାଙ୍କର ଧୁାଁଦାର ପ୍ରଦର୍ଶନ ପରେ ଟିମକୁ ତାଙ୍କଠୁ ରହିଛି ବହୁତ ଆଶା । ହେଲେ ପାକିସ୍ଥାନ ଓ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଥିବା ସିରିଜ୍ ପାଇଁ ରବାଡ଼ା ଖେଳିନପାରନ୍ତି ଅଧା ମ୍ୟାଚ୍ । ଏହି ସିରିଜରେ ୩ଟି ୱାନ୍ ଡେ’ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ ।  ଏପ୍ରିଲ ୨ରୁ ଆରମ୍ଭ ହୋଇଛି ଏହି ୱାନ ଡେ ସିରିଜ୍ । ଆଉ ଏହା ପରେ ଖେଳାଯିବ ଟି-୨୦ ସିରିଜ୍ । ଆଉ ଏହି କାରଣରୁ ରବାଡ଼ା ପ୍ରଥମ ସପ୍ତାହରୁ ହିଁ ଆପିଏଲରୁ ବାହାରେ ରହିପାରନ୍ତି। ଏମିତିରେ ପୂର୍ବରୁ ବି ରବାଡ଼ା କହିସାରିଛନ୍ତି ଯେ ତାଙ୍କ ପାଇଁ ପ୍ରଥମେ ଦେଶ ସେବା । ଓ ସେ ଟିକେ ବିଳମ୍ବରେ ଆଇପିଏଲ ୧୪ ରେ ସାମିଲ ହେବେ।

Latest Posts

Don't Miss