ଆବୁଦାବି: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଜଦିଓ ଦିନେଶ କାର୍ତ୍ତିକ ବ୍ୟାଟିଂରେ ଜିରୋ କରି ଆଉଟ ହୋଇଯାଇଥିଲେ, କିନ୍ତୁ ୱିକେଟ୍ ପଛରେ ସେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ । କାର୍ତ୍ତିକ ୱିକେଟ୍ ପଛରେ ଚାରିଟି କ୍ୟାଚ୍ ଧରିଥିଲେ । କିନ୍ତୁ ଏଥିରେ ସେ ବେନ୍ ଷ୍ଟୋକ୍ସଙ୍କ କ୍ୟାଚ୍ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାର୍ତ୍ତିକ ବେନ ଷ୍ଟୋକ୍ସଙ୍କୁ ଆଉଟ ରାଜସ୍ଥାନକୁ ଏକ ବଡ଼ ଝଟକା ଦେଇଥିଲେ।

ବେନ ଷ୍ଟୋକ୍ସ ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ପାଇଁ ୧୧ ଟି ବଲରୁ ୧୮ ରନ୍ ସଂଗ୍ରହ କରି ଦୁଇଟି ଚ୧କା ଓ ଗୋଟିଏ ଛକା ମାରିଥିଲେ। ଆଉ ତାଙ୍କ ସହ ଥିବା ଷ୍ଟିଭ୍ ସ୍ମିଥ ମଧ୍ୟ ଭଲ ପଦର୍ଶନ କରିଥିଲେ । ଏବଂ ଏହାସହ ରୟାଲ୍ସ ବିଜୟ ଅଭିମୁଖେ ଆଗେଇ ଚାଲିଥିଲା । କମିନ୍ସଙ୍କ କିନ୍ତୁ କାର୍ତ୍ତିକଙ୍କ କ୍ୟାଚ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାପରେ ବେନ୍ ଷ୍ଟୋକ୍ସଙ୍କୁ ନିରାଶ ହୋଇ ପାଭିଲିୟନକୁ ଫେରିଥିଲେ ।
Dinesh Karthik Catch was just Stunning 🔥🔥
Best keeper for a reason pic.twitter.com/LuSf2gv9j2
— 𝗦𝗢𝗛𝗔𝗜𝗟⚔ (@iamsohail_1) November 1, 2020
ଯେତେବେଳେ ବେନ୍ ଷ୍ଟୋକ୍ସଙ୍କ ୱିକେଟ୍ ଗଲା ସେତେବେଳେ ରାଜସ୍ଥାନର ଦଳ ୨ ଓଭରରେ ଗୋଟିଏ ୱିକେଟ୍ ପରେ ୨୭ ରନ୍ କରିଥିଲା। ଷ୍ଟୋକ୍ସଙ୍କ ୱିକେଟ୍ ଯିବା ପରେ ରାଜସ୍ଥାନର ୱିକେଟ୍ ଯିବା ଆରମ୍ଭ ହୋଇଥିଲା । ରୟାଲ୍ସର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେମାନେ ୬୦ ରନ୍ରୁ ଟୁର୍ନାମେଣ୍ଟରୁ ବାଦ ପଡିଥିଲେ । କେବଳ ଏତିକି ନୁହେଁ, ପଏଣ୍ଟ ଟେବୁଲରେ ରୟାଲ୍ସ ଆଇପିଏଲର ୧୩ ତମ ସିଜନ୍ ଶେଷ କରିଛି ।

